ହରିରାଜପୁର ପଞ୍ଚାୟତ କ୍ରିକେଟ ଲିଗ୍ ମ୍ୟାଚର ୯ମ ଦିବସ ; ସଂଜୟ ଫାଇଟର ଓ ରନିଙ୍ଗ ରିବେଲସ କ୍ଲବ ବିଜୟୀ
ଡେଲାଙ୍ଗ -----ଡେଲାଙ୍ଗ ବ୍ଲକ ଅଧିନସ୍ଥ ହରିରାଜପୁର ପଞ୍ଚାୟତ କ୍ରିକେଟ ଲିଗ୍ ସିଜିନ୬ ମ୍ୟାଚ ସୋମନାଥ ଷ୍ପୋଟିଂ ଗ୍ରାଉଣ୍ଡ ପଡିଆରେ ଅନୁଷ୍ଠିତ କ୍ରିକେଟ ମ୍ୟାଚର ୯ମ ଦିବସରେ ପ୍ରଥମ ମ୍ୟାଚ ସୋମନାଥ ଫାଇଟର କ୍ରିକେଟ ଦଳ ସହିତ ସଂଜୟ ଫାଇଟର ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟି କରି ସୋମନାଥ ଫାଇଟର ଦଳ ୨୦ ଓଭର ରେ ୭ ଉଇକେଟ ହରାଇ ୧୩୮ ରନ ସଂଗ୍ରହ କରିଥିଲା । ଜବାବରେ ସଂଜୟ ଫାଇଟର ଦଳ ୧୬ ଓଭରରେ ୩ ଉଇକେଟ ହରାଇ ୧୩୯ ରନ ସଂଗ୍ରହ କରିଥିଲେ । ସଂଜୟ ଫାଇଟର ଦଳ ୭ ଉଇକେଟରେ ବିଜୟୀ ହୋଇଥଲା । ମାନସ ବେହେରା, ରମେଶ ମହାରଥୀ ମ୍ୟାଚ ପରିଚାଳନା କରିଥିଲେ । ଲିପୁ ପଣ୍ଡା ସ୍ଳୋରିଂରେ ରହିଥିଲେ । ସେହିପରି ୨ୟ ମ୍ୟାଚଟି ବରୁଣେଇ ରୟାଲ କ୍ଳବ ସହିତ ରନିଙ୍ଗ ରିବେଲସ କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ ଜିତି ବରୁଣେଇ କ୍ଳବ ଦଳ ପ୍ରଥମେ ବ୍ୟାଟିଂ କରି ୧୯.୨ ବଲରେ ସମସ୍ତ ଉଇକେଟ ହରାଇ ୧୧୯ ରନ ସଂଗ୍ରହ କରିଥିଲେ । ଜବାବରେ ରନିଙ୍ଗ ରିବେଲସ ବ୍ଳାକ ଦଳ ୧୯.୫ ବଲରେ୮ ଉଇକେଟ ହରାଇ ୧୨୩ ରନ ସଂଗ୍ରହ କରି ୨ ଉଇକେଟରେ ବିଜୟୀ ହୋଇଥିଲା । ଦୀପକ ମହାରଣା ଓ ହରପ୍ରସାଦ ଚମ୍ପତି ମ୍ୟାଚ ପରିଚାଳନା କରିଥିବା ବେଳେ ସଂଗ୍ରାମ ଚମ୍ପତି ସ୍କୋରିଂ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୧୮/୧୨/୨୦୨୦---୧୦,୩୫



