ଯୁବତୀ ଙ୍କୁ ଅପହରଣ କରି ଜଙ୍ଗଲ ଭିତରୁ କୁ ନେବା ସମୟ ରେ ଗ୍ରାମ ବାସି ଙ୍କ ହାତରେ ଧାରା ପଡ଼ିଲା ଦୃବୁର୍ତ୍ତ
ଧରାକୋଟ ---ଗଞ୍ଜାମ ଜିଲ୍ଲା ଆସିକା ଥାନା ଗଙ୍ଗାପୁର ଶାସନରେ ଏକ ଅଭାବନୀୟ ଘଟଣା ଦେଖିବା ମିଳିଛି। ନବତ୍ନପୁର ଗ୍ରାମ ର ଜଣେ ଅସାମାଜିକ ଯୁବକ ସେହି ଗ୍ରାମ ର ଜଣେ ଭିନକ୍ଷମ ଯୁବତି କୁ ଅପହରଣ କରି ଅସଦାଚରଣ କରିବା କୁ ଉଦ୍ଯମ କରୁଥିବା ବେଳେ ଗ୍ରାମବାସୀମାନେ ଯୁବତି ଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ଅପହରଣ କରି ନେଉଥିବା ଯୁବକ ଜଣଙ୍କ କୁ ଗ୍ରାମବାସି କାବୁ କରିବା ପରେ ଉତମ ମଧ୍ଯମ କରିବା ସହ ଲଣ୍ଡା କରି ଚପଲ ମାଳ ପିନ୍ଧାଇଥିବା ଦେଖିବାକୁ ମିଳିଛି। ପରେ ଗ୍ରାମ ବାସିମାନେ ପୋଲିସ କୁ ଖବର ଦେବା ପରେ ଆସିକା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଉକ୍ତ ଯୁବକ ଙ୍କୁ ଉଦ୍ଧାର କରିଛନ୍ତି ।ଲୋକ ଙ୍କ କହିବା ଅନୁସାରେ ଏମିତି ବାରମ୍ବାର ଘଟଣା ପରେ ଘଟଣା ଘଟି ଚାଲିଛି ତେଣୁ ପ୍ରଶାସନ ଏମିତି ଦୃବୃତ ମାନଙ୍କୁ କଠିନ ରୁ କଠିନ ଦଣ୍ଡ ଦେବା ପାଇଁ ଅନୁରୋଧ କରିଛନ୍ତି ଗ୍ରାମବାସୀମାନେ ।
ରିପୋର୍ଟ -କାଳୁ ଚରଣ ମହାପାତ୍ର,୧୮/୧୨/୨୦୨୦---୧୦,୪୫



