ads

Breaking News

ଗରିବର ସାଥୀ ଅନୁଷ୍ଠାନର ପ୍ରଥମ ବାର୍ଷିକ ଉତ୍ସବ


 ସାକ୍ଷୀଗୋପାଳ  ----- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମରେ ଗଡିଉଠିଥିବା ଗରିବର ସାଥୀ ନାମରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରଥମ ବାର୍ଷିକ ଉତ୍ସବ ରବିବାର ପାଳିତ ହୋଇଯାଇଛି । ଏଥିରେ ମ୍ୟୁ ଅତିଥି ଭାବେ ଭୁବନେଶ୍ୱର ୁଚ୍ଚ ଶିକ୍ଷା ବିଭାଗର ଅଧିକାରୀ ମନୋଜ ସାମନ୍ତରାୟ, ସମ୍ମାନୀତ ଅତିଥି ଭାବେ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ,ମୁଖ୍ୟବକ୍ତା ଭାବେ ପୁରୀ ସାହିଭାଇ ଅନୁଷ୍ଠାନର ସମ୍ପାଦକ ଅଜୁ ମିଶ୍ର, ଡିଆସିଲ କାଠିରେ ଜଗନ୍ନାଥ ମୂର୍ତ୍ତି ତିଆରି କରି ବେଶ ପରିଚିତ ଶାଶ୍ୱତ ରଞ୍ଜନ ସାହୁ ଯୋଗ ଦେଇ ସେବା କ୍ଷେତ୍ରରେ କିପରି ଆଗେଇ ଆସିବା ସହ ଗରିବ, ଅସହାୟ ମଣିଷ, ପଶୁପକ୍ଷୀ ମାନଙ୍କୁ ଅସମୟରେ ସହଯୋଗ ବା ସାହାର୍ଯ୍ୟ କରିବା ପାଇଁ ଯୁବପୀଢ଼ି ମାନେ ଆଗେଇ ଆସିବାକୁ ଅତିଥି ମାନେ କହିଥିଲେ । ଅନୁଷ୍ଠାନର ସଭାପତି ସନ୍ଦୀପ ମହାପାତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ ଚନ୍ଦନ ମହାପାତ୍ର, କାର୍ଯ୍ୟକ୍ରମ ପରିଚାଳନାକରିଥିଲେ ବିଶ୍ୱଜିତି ପରିଡା । ଗରିବର ସାଥୀ ଅନୁଷ୍ଠାନରେ ୩୦ଜଣ ଛାତ୍ର ଛାତ୍ରୀ ମାନେ ସଦସ୍ୟ ଭାବେ ରହିଛନ୍ତି । ସାମାଜିକ କର୍ମୀ ଓ ସାମ୍ବାଦିକ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା ।


 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୧୨/୨୦୨୦---୯,୩୦

ads

Blog Archive

Popular Posts