ads

Breaking News

କୃଷକ ମାନଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା

 ସାକ୍ଷୀଗୋପାଳ -----  ଦିଲ୍ଲୀରେ ଅନୁଷ୍ଠିତ ଐତିହାସିକ ଚାଷୀ ଆନ୍ଦୋଳନରେ ସାମିଲ ହୋଇ କିଛି ଚାଷୀ ମୃତ୍ୟୁ ବରଣ କରିଛନ୍ତି । ଏହି ଅବସରରେ ଆଖୁପଡା ଠାରେ କୃଷକ ନେତା ଜଗନ୍ନାଥ ଦେଓଙ୍କ ଅ୍ମକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆନ୍ଦୋଳନରେ ସାମିଲ ହୋଇ ଯେଉଁ କୃଷକ ମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ଉଦ୍ଦ୍ୟେଶରେ ନୀରବ ପ୍ରର୍ଥନା କରାଯିବା ସହ ଶ୍ରର୍ଦ୍ଧଞ୍ଜଳୀ ଅର୍ପଣ କରାଯାଇଥିଲା । ବିଶେଷ କରି କେନ୍ଦ୍ର ସରକାରଙ୍କ ନୁତନ କୃଇନୀତିକୁ ବିରୋଧ କରି ଏହି ଆନ୍ଦୋଳନ ଜାରି ରହିଛି । କେଦ୍ର ସରକାରଙ୍କ କୃଷି ଆଇନ ଯୋଗୁ ଚାଷୀ ମାନେ କିପରି ଅସୁବିଧାରେ ପଡିବେ ସେ ସମ୍ପର୍କରେ ଶ୍ରୀକାନ୍ତ ମହାନ୍ତି ଓ ଜଗନ୍ନାଥ ଦେଓ ଓ ନରେଶ ବାବୁ ଆଲେଚନା କରିଥିଲେ । ଏହି ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ସମୟ ଆସିଛି ବୋଲି ଉପସ୍ଥିତ ଚାଷୀ ମାନେ ମତ ପ୍ରକାଶ କରିଥିଲେ । ଶେଷରେ ନଡିଆ ଚାଷୀ ସଂଘଠନର ସଂଯୋଜକ ପ୍ରଫୁଲ ମିଶ୍ର ଧନ୍ୟବାଦ ଦେଇଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୧୨/୨୦୨୦---୯,୩୦

ads

Blog Archive

Popular Posts