ଜେ ୟୁ ଜେ ସାମ୍ବାଦିକ ୟୁନିଅନର ନୂତନ ସଭାପତିଙ୍କୁ ସ୍ବାଗତ
ବରୀ- ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିଅନର ନୂତନ ସଭାପତି ଆଦିତ୍ୟ ମେକାପ ମନୋନୀତ ହୋଇଛନ୍ତି । ଆଜି ନିଜ ଗ୍ରାମ ବରୀ କୁ ଆସିଥିବା ବେଳେ ବରୀର କାର୍ଯ୍ୟରତ ସାମ୍ବାଦିକ ମାନେ ବରୀ ମାଉଣ୍ଡ ସ୍ଥିତ ମା ବୁଢ଼ୀ ଜଗୁଳାଇ ପୀଠରେ ପୁଷ୍ପ ଗୁଛ ଦେଇ ସ୍ଵାଗତ କରିଥିଲେ। ବରୀ ମାଟିର ପୁଅ ଆଦିତ୍ୟ ଜିଲ୍ଲା ସଭାପତି ଆସନ ପାଇଥିବାରୁ ବରୀ ସାମ୍ବାଦିକ ମହଲରେ ଆନନ୍ଦ ଉଲ୍ଲାସର ବାତାବରଣ ଖେଳି ଯାଇଛି। ଏହି ସ୍ୱାଗତ ସମୟରେ ବରିଷ୍ଠ ସାମ୍ବାଦିକ ହିମାଂଶୁ ଦାଶ, ଅଶୋକ ସାହୁ,ବିଶ୍ୱଭୂଷଣ ଜେନା,ସତ୍ୟଜିତ ବାରିକ, ସ୍ନେହା ଶୁ ମହାନ୍ତି,ଦର୍ଶନ ବେହେରା,ପ୍ରଦୀପ ମହାରଣା ପ୍ରମୁଖ ସ୍ବାଗତ କରିଥିଲେ। ଆଗାମୀ ଦିନରେ ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିଅନର ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ଶୁଭେଛା ଓ ସ୍ଵାଗତ କରିବେ ବୋଲି ସୂଚନା ଦେଇଛନ୍ତି।
ବରୀରୁ ଦର୍ଶନ ବେହେରା ୧୮/୧୨/୨୦୨୦----୧୧,୪୦
-




