ସୁନାରୂପା ଅଳଙ୍କାର ସହ ନଗଦ ୧ଲକ୍ଷ ୫୨ ହଜାର ଟଙ୍କା ଚୋରୀ ; ସନ୍ଦେହ ଘେରରେ ଟେଣ୍ଡ ହାଉସ ମାଲିକ
ଡେଲାଙ୍ଗ----- ଡେଲାଙ୍ଗ ଥାନା ଅନ୍ତର୍ଗତ ସାଉରିଆ ଗ୍ରାମର ଦେବାଶିଷ ଚମ୍ପତିଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ୧ଲକ୍ଷ ୫୨ ହଜାର ଟଙ୍କା ଚୋରୀ ହୋଇଥିବା ସମ୍ପର୍କରେ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । ଡେଲାଙ୍ଗ ପୋଲିସ ସୁତ୍ରରୁ ଜଣାପଡିଛି ଯେ ଦେବାଶିଷ ମିଶ୍ର ଶୋଇଥିବା ଘର ବାହାର ପଟୁ ବନ୍ଦ କରି ଏହି ଚୋରୀ ହୋଇଛି । ଦେବାଶିଷ ଅନୁମାନ କରନ୍ତି ଯେ ରାତି ୩ଟା ପରେ ଏହି ଚୋରୀ ହୋଇଛି । ଏହି ଚୋରୀରେ ତାଙ୍କ ସୁନା ରୂପା ଅଳଙ୍କାର ସହିତ ନଗଦ ୧.୫୨ ହଜାର ଟଙ୍କା ଓ ଆଧାରକାର୍ଠ ଭୋଟର ପରିଚୟ ପତ୍ର, ଜମିପଟ୍ଟା, ବ୍ୟାଙ୍କ ପାଶବୁକ, ରାଶନକାର୍ଡ , ପିଲାଙ୍କ ଜନ୍ମ ପ୍ରମାଣପତ୍ର ସହିତ ଅନ୍ୟ କେତେକ ଜରୁରୀ କାଗଜ ପତ୍ର ଚୋରୀ ହୋଇଯାଇଛି । ସେହିପରି ସେ ତାଙ୍କ ଅଭିଯୋଗରେ ଉକ୍ତ ଗ୍ରାମର ହାପି ମିଶ୍ରଙ୍କ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି । ତାଙ୍କର ମାଙ୍କର ଶୁଦ୍ଧକିୟାରେ ଟେଣ୍ଡ କରିଥିଲେ । ମୁଁ ଲୋକମାନଙ୍କୁ ଟଙ୍କା ଦେଣନେଣ କରିବା ବେଳେ ହାପିର ନଜର ପଡିଥିଲା । ଏଣୁ ସେ ଏହି ଚୋରିରେ ସଂପୁକ୍ତ ରହିଥବା ଦେବାଶିଷ ଲେଖିଥିବା ଜଣାପଡିଛି । ଡେଲାଙ୍ଗ ପୋଲିସ ଅଭିଯୋଗ ପାଇବା ପରେ ୨୨୮/ ୨୦ ଏକ କେସରୁଜ କରି ପୁରୀରୁ ସାଇ୍ଣ୍ଟିଫିକଟିମ ମଗାଇ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛନ୍ତି । ଏହା ଜଣଙ୍କର କାମ ନୁହେଁ ବୋଲି ପୋଲିସ ଅନୁମାନ କରୁଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୧୫/୧୨/୨୦୨୦----୫,୫୦



