ଠିକାଦାରଙ୍କ ଖାମ ଖିଆଲ ଯୋଗୁ ଦୁର୍ଘଟଣାରୁ ଅଳ୍ପକେ ବତ୍ତିଲେ ଜନସାଧାରଣ ଓ ବ୍ୟବସାୟୀ
ସାକ୍ଷୀଗୋପାଳ ----- ସାକ୍ଷୀଗୋପାଳ- ଅଳଗୁମ ରାସ୍ତା ପୂର୍ତ୍ତ ବିଭାଗ ପକ୍ଷରୁ ଠିକାଦାରଙ୍କ ମାଧ୍ୟମରେ କାମ ଚାଲିଛି । ମାତ୍ର ଠିକାଦାରଙ୍କ ଖାମ ଖିଆଲ ଯୋଗୁ ଆଜି ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବତ୍ତିଯାଇଛନ୍ତି ବ୍ୟବସାୟୀ ଓ ଜନସାଧାରଣ । ସାକ୍ଷୀଗୋପାଳ ଚନ୍ଦନପୋଖରୀ ଉପରୁ ଗୋଡି ସିମେଣ୍ଟ ଡଲେଇ ରାସ୍ତା କାର୍ଯ୍ୟ ଚାଲିଛି । ସୋମବାର ସକାଳେ କଂକ୍ରିଟ ମିଲର ଗାଡି ନଂ ଓଡି- ୦୨- ଏକେ- ୦୧୪୪ ଡଲେଇ ପାଇଁ ଗୋଡି ସିମେଣ୍ଟ ନେଇକି ଆସୁଥିବା ବେଳେ ଚନ୍ଦନପୋଖରୀ ନିକଟରେ ହଠାତ ଗାଡି ର ଡ୍ରାଇଭର ହଠାତ ଗାଡିଟିକୁ ବୁଲେଇ ଦେଇଥିଲେ । ଯାହା ଫଳରେକି ବ୍ୟବସାୟୀ ଓ ଜନସାଧାରଣ ପାଟି କରିବାରୁ ଏକ ଛୋଟ ପିଲା ଅଳ୍ପକେ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲା । ମାତ୍ର ଉକ୍ତ ଗାଡି ଡ୍ରାଇଭର ସଚେତନ ନ ହୋଇ ପୁର୍ନବାର ଗାଡି ଦୁର୍ଘଟଣା ଘଟାଇଛି । ତାରେଣୀ ମନ୍ଦିର ନିକଟରେ କଂକ୍ରିଟ ଗୋଡି ନେଇକି ଆସି ଗାଡି ଡ୍ରାଇଭର ସେଠାରେ କୌଣସି ସୁଚନା ନ ଦେଇ ହଠାତ ଗାଡି ବୁଲାଇ ଦେବାରୁ ପଛରେ ଥିବା ଏକ ଟେଲିଫୋନ ଖୁଣ୍ଠିରେ ମାଡ ହୋଇଥିଲା । ଯାହା ଫଳରେକି ଗାଡି ଡ୍ରାଇଭର ନ ଜାଣିପାରି ଗାଡି ଭିଡି ଦେବାରୁ ସେଠାରେ ଥିବା ଫୋନ ଖୁଣ୍ଠ ଭାଙ୍ଗିକି କଂକ୍ରିଟ ଗାଡିରେ ଲାଗି ଯାଇଥିଲା । ଉକ୍ତ ଫୋନ ଖୁଣ୍ଠରେ ବନ୍ଦା ହୋଇଥିବା ବିଦ୍ୟତ ତାର ଛିଣ୍ଡିବା ସହ ୧୧ କେବି ବିଦ୍ୟୁତ ଖୁଣ୍ଠ ଦୋହଲାଇ ଭିଡି ଦେଇଥିଲା । ପ୍ରାୟ ୪ରୁ ୫ଟି ଦେକାନ ଅଗାରେ ଥିବା ରେଷ୍ଟ ସେଡ ଭାଙ୍ଗି ତଳେ ପଡିଯାଇଥିଲା । ସେଠାରେ ଥିବା ଏକ ହିରୋହୁଣ୍ଡା ମଟର ସାଇକେଲ ଭାଙ୍ଗିରୁଜି ଯାଇଥିବା ଜଣାପଡିଛି । ମାତ୍ର ଭାଗ୍ୟ ଭଲ ଦୁର୍ଘଟଣା ଘଟିବା ସମୟରେ ସେଠାରେ ଥିବା ବ୍ୟବସାୟୀ ଓ ଜନସାଧାରଣ ପଳାଇ ଯିବାରୁ ଏକ ବଡ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି । ବ୍ୟବସାୟୀ ଓ ଜନସାଧାରଣ କହନ୍ତି ଉକ୍ତ ଗାଡି ଚଳାଉଥିବା ଡ୍ରାଇଭର ଜଣେ ଅନଭିଜ୍ଞ ଡ୍ରାଇଭର । ତୁରନ୍ତ ପୋଲିସ ଟେଲିଫୋନ ଖୁଣ୍ଠ ଭାଙ୍ଗିଥବା ଡ୍ରାଇଭରକୁ ଗିରଫ କରିବା ସହ ଗାଡିକୁ ଜବତ କରିବା ପାଇଁ ବ୍ୟବସାୟୀ ସଂଘ ପକ୍ଷରୁ ଦାବି କରାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୧୫/୧୨/୨୦୨୦---୫,୪୫




