ads

Breaking News

ପ୍ରଦୀପ ମହାରଥୀ ମେମୋରିଆଲ କ୍ରିକେଟ କପ୍ ୬ଷ୍ଠ ଦିବସ


 ଡେଲାଙ୍ଗ -------ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ହରିରାଜପୁର ଗ୍ରାମ ପଞ୍ଚାୟତର ସୋମନାଥ ଦେବଙ୍କ ପଡିଆରେ ପ୍ରଦୀପ ମହାରଥୀ ମେମୋରିଆଲ କ୍ରିକେଟ କପ-୨୦୨୦ ରବିବାର  ଷଷ୍ଠ ଦିବସ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚ ସିଡିଏ ଲାୟନ୍ସ (ସିଟିସି)  ସହିତ କେସିସି କୁଦିଆରୀ ଜଟଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କେସିସି ଦଳ ଟଚ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତି ନେଇଥିଲେ । ସିଡିଏ ଲାୟନ୍ସ ଦଳ ୧୮ ଓଭରରେ ସମସ୍ତ ଉଇକେଟ ହରାଇ ୧୮୦ ରନ କରିଥିଲେ । ତାର ଜବାବରେ କେସିସି କୁଦିଆରୀ ଦଳ ୧୪.୪ ଓଭରରେ ସମସ୍ତ ଉଇକେଟ ହରାଇ ୬୨ ରନ ସଂଗ୍ରହ କରିଥିଲେ । ଏହି ମ୍ୟାଚକୁ ସିଡିଏ ଲାୟନ୍ସ ଦଳ ୧୧୮ ରନରେ ବିଜୟୀ ହୋଇଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ସିଡିଏ ଲାୟନ୍ସ ଦଳର ଅଞ୍ଜନ ନାୟକଙ୍କ ନାମ ଘୋଷଣା କରାଯାଇଥିଲା । ଫକିର ମୋହନ ପାତ୍ର ଓ ଶୁଭମ୍ ପାଟ୍ଟଶାଣୀ ମ୍ୟାଚକୁ ପରିଚାଳନା କରିଥିଲେ । ସେହୀପରି ୨ୟ ମ୍ୟାଚଟି ଏମ୍‌କେସିସି କୁମାରଖତିଆ ସହିତ ଏଲସି ୧୧ ଜଟଣୀ ସହିତ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଟଚ୍ ଜିତି ଏମ୍‌କେସିସି ଦଳି ବ୍ୟାଟିଂ କରି  ୧୮.୫ ଓଭରରେ ସମସ୍ତ ଉଇକେଟ ହରାଇ ୧୫୫ ରନ ସଂଗ୍ରହ କରିଥିଲେ ।  ଜବାବରେ ଏଲ୍ ସି ୧୧ ଜଟଣୀ ଦଳ ୧୯.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୩୭ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ । ଏମ୍‌କେସିସି କୁମାରଖତିଆ ଦଳ ୧୮ ରନ ରେ ବିଜୟୀ ହୋଇଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ଅଶୋକ ଛୋଟରାୟ ବିବେଚିତ ହୋଇଥିଲେ । ତାପସ ମହାନ୍ତି ଓ ନିରଜ କୁମାର ରାଉତ ମ୍ୟାଚକୁ ପରିଚାଳନା କରିଥିଲେ ।  ପ୍ରଥମ ସେମିଫାଇନାଲ ମ୍ୟାଚଟି ରୁଲ ମେକର ଭୁବନେଶ୍ୱର ସହିତ ଏମ୍‌କେସିସି କୁମାରଖତିଆ ଭିତରେ ଅନୁଷ୍ଠିତ କରାଯିବ । ୨ୟ ସେମିଫାଇନାଲ ମ୍ୟାଚଟି ରୋରେର ଲାୟନ୍ସ ଖୁଦୁପୁର ସହିତ ସିଡିଏ ଲାୟନ୍ସ କଟକ ସହିତ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୬/୧୨/୨୦୨୦--- ୭,୫୦

ads

Blog Archive

Popular Posts