ads

Breaking News

ପ୍ରଥମ ବିବାହ ବାର୍ଷିକୀତ୍ସୋବ ପାଳନ କଲେ ଦମ୍ପତି ; ସ୍ୱେଚ୍ଛାସେବୀ ଆଭା ଅନୁଷ୍ଠାନରେ


 ଡେଲାଙ୍ଗ ----- ଜନ୍ମ ଦିନ, ବିବାହର ବାର୍ଷିକୀତ୍ସୋବ ପାଳନ କଥା ଉଠିଲେ ଘରେ ଭୋଜି ଭାତର ଆୟୋଜନ କରାଯିବା ସହ ବନ୍ଧୁ ବାନ୍ଦବ ମାନଙ୍କର ଘରେ ଗହଳି ଲାଗିଥାଏ । ନଚେତ ହେଟୋଲ ମାନଙ୍କରେ ପାର୍ଟି  କରାଯାଏ । ମାତ୍ର ଡେଲାଙ୍ଗ ବ୍ଳକର ସ୍ୱାଧୀନ ସେବା ସଂସ୍ଥାନର ଅଧ୍ୟକ୍ଷ ଶଶୀ ଶେଖର ରାୟଙ୍କ ପ୍ରଥମ ବିବାହ ବାର୍ଷିକୀତ୍ସୋବ ଡେଲାଙ୍ଗ ଷ୍ଟେସନ ସ୍ଥିତ ଆଭା ପରିସରରେ ପାଳନ କରିଛନ୍ତି । ଏହି ଅନୁଷ୍ଠାନ ପରିସରରେ ଅସହାୟ, ଦିବ୍ୟାଙ୍ଗ, କୃଷ୍ଠରୋଗୀ, ଜରାଶୟ ରେ ଥିବା ବୃଦ୍ଧବୃଦ୍ଧା ମାନଙ୍କ ସହିତ ବାର୍ଷିକୀତ୍ସୋବ କେକ କାଟି ପାଳନ କରିଛି । ସେମାନଙ୍କ ମୁହଁରେ ହସ ଫୁଟାଇ ନିଜକୁ ଖୁସି କରିଛନ୍ତି ଏହି ଦମ୍ପତି । ସେମାନଙ୍କ ପାଇଁ ଖାଇବା ପାଇଁ ବନ୍ଦୋବତ୍ସ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଭାର ସମ୍ପାଦକ ଦୁର୍ଯ୍ୟୋଧନ ପରିଡା, ସହକାରୀ ସମ୍ପାଦକ ବାଲୁଙ୍କେଶ୍ୱର ପରିଡା, କ୍ୟାସିୟର ରାଜେନ୍ଦ୍ର ପ୍ରସାଦ ରଥ ଓ ସ୍ୱେଚ୍ଛାସେବୀ ଡ. କ୍ଷେତ୍ରବାସି ପ୍ରଧାନ, ସମାଜସେବୀ ବିଶ୍ୱଜିତି ପାଢ଼ୀ, ଯୁବ ସଂଗଠକ ପ୍ରତ୍ୟୁଷ ନିଶଙ୍କ ଓ କାଳୁ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୬/୧୨/୨୦୨୦--- ୭,୫୦

ads

Blog Archive