ads

Breaking News

ମଥୁରା ଗ୍ରାମରେ ଘର ପୋଡି, ପୋଲସରା ବିଧାୟକଙ୍କ ଆର୍ଥିକ ସହାୟତା ପ୍ରଦାନ


  ଗଞ୍ଜାମ  ----- ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମର ୬ ଟି ଘର ପୋଡି ପାଉଁଶ ହୋଇଯାଇଛି।   ସୂଚନା ଅନୁଯାୟୀ ଗତକାଲି ରାତି 11.45 ମି ସମୟରେ ସମସ୍ତେ ଶୋଇଥିବା ଅବସ୍ଥାରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲସରା ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ | ଖବର ପ୍ରଚାରିତ ହେବା ପରେ ଘର ପୋଡ଼ିରେ ପୀଡିତ ବ୍ୟକ୍ତିଙ୍କୁ ସହାୟତାର ହାତ ବଢ଼ାଇଛନ୍ତି  ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ। ବିଧାୟକ ଶ୍ରୀ ସାହୁ ମଥୁରା ଗ୍ରାମକୁ ଯାଇ ପରିବାର ଲୋକମାନଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇଦେବା ପାଇଁ ତହସିଲଦାର ଙ୍କୁ ନିର୍ଦ୍ଧେଶ ଦେଇଛନ୍ତି। ସ୍ଥାନୀୟ ସରପଞ୍ଚ ଙ୍କ ସମେତ ଗ୍ରାମବାସୀଙ୍କ ଉପସ୍ଥିତିରେ ମାନ୍ୟବର ବିଧାୟକ ସହାୟତା ପ୍ରଦାନ କରିଥିଲେ ଅଶୋକ କୁମାର ପାତ୍ର ଗଞ୍ଜାମ ,। ୬/୧୨/୨୦୨୦---- ୧୨,୫୦

ads

Blog Archive

Popular Posts