ଅତାବିରାରେ ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନ ର ପ୍ରତିବାଦ ସଭା ସହ ତହସିଲଦାରଙ୍କୁ ଦାବିପତ୍ର
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନ ପକ୍ଷରୁ ଆଜି ବରଗଡ଼ ଜିଲ୍ଲା ଅତାବିରା ତହସିଲ ଅନ୍ତର୍ଗତ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତି ସାମ୍ନାରେ ସଂଗଠନର ଅତାବିରା ଶାଖା ସଭାପତି ହାରାଧନ ପ୍ରଧାନଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ଚାଷୀ ମାରଣ ନୀତି ଓ ସରକାରଙ୍କ କୃଷି ବିଲକୁ ବିରୋଧ କରି କେନ୍ଦ୍ର ସରକାର ପ୍ରଣୀତ କରିଥିବା ଚାଷୀ ବିରୋଧୀ ନୂତନ କୃଷି ବିଲକୁ ବିରୋଧ କରିବା ସହ ଦିଲ୍ଲୀରେ ଆୟୋଜିତ ହୋଇ ଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରିଥିଲେ । ଧାନକ୍ରୟ କେନ୍ଦ୍ର ମାନଙ୍କରେ ରେଜଷ୍ଟ୍ରିଭୁକ୍ତ ସମସ୍ତ ଚାଷୀଙ୍କୁ ଟୋକନ ,ଧାନ ବିକ୍ରି ପର୍ଯ୍ୟନ୍ତ ବଳବତ୍ତ ରଖିବା,ଧାନ ବିକ୍ରିରେ ସୁପରିଚାଳନା ନିମିତ୍ତ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ କ୍ଷମତା ଦିଆଯିବା,ବଜାର ପ୍ରାଙ୍ଗଣରେ କ୍ରୟ ସଂସ୍ଥା ମାନେ କିଣୁଥିବା ଧାନର ମାନ ନିର୍ଦ୍ଧାରଣ, ଧାନର ଓଜନ,ଅଖାବସ୍ତା ପ୍ରଦାନ ଇତ୍ୟାଦି ସମ୍ପୂର୍ଣ୍ଣ ପରିଚାଳନା କ୍ରୟ ସଂସ୍ଥା ମଣ୍ଡି ବ୍ୟବସ୍ଥା ଆଇନ ଅନୁଯାୟୀ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ଅଧିକାରୀଙ୍କ ଜରିଆରେ ଅତାବିରା ତହସିଲଦାର ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।ଏଥିରେ ସଂଗଠନର ସଂପାଦକ ଲୋକେଶ୍ୱର ପ୍ରଧାନ,ଯୁଗଳ କିଶୋର ପ୍ରଧାନ, ଶ୍ରୀମନ୍ତ ବାରିକ,ପଳଉ ମାଝୀ,ଭିକାରୀ ଚରଣ ବାରିକ, ରାଧେଶ୍ୟାମ ପ୍ରଧାନ,ଦୁର୍ଯ୍ୟୋଧନ ନାୟକ,ବସନ୍ତ ବାରିକ,ବୃଷଭାନୁ ସାହୁ,ହୃଷିକେଶ ପ୍ରଧାନ,ଗଣେଶ ମହାକୁର,ସନାତନ ପ୍ରଧାନ,ମହେନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍.....୬/୧୨/୨୦୨୦-----୫,୫୦




