ସୁକିନ୍ଦାରେ ବୋମାମାଡ ରେ ଜଣେ ଗୁରୁତର ଆହତ
ଯାଜପୁର---- ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର କଲେଜ ଛକ ନିକଟସ୍ଥ କାଜୁଜଙ୍ଗଲ ପାଖରେ ବୋମାମାଡରେ ଜଣେ ଯୁବକ ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ଆହାତ ବ୍ୟକ୍ତି ଜଣଙ୍କ ଯାଜପୁର ଜିଲ୍ଲା ବର୍ଚଣା ଥାନା ଅନ୍ତର୍ଗତ ପାଇକିରା ପୁର ଗ୍ରାମର ଗନ୍ଧର୍ବ ସ୍ୱାଇଁ ବୋଲି ଜଣାପଡିଛି। ଆହାତ ବ୍ୟାକ୍ତି ଜଣଙ୍କ କହିଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନକୁ ଜମି ଦେଖିବାକୁ ଯାଇଥିଲେ।ସେଠୁ ଫେରିବା ବେଳକୁ ଯାଜପୁର ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର କଲେଜ ଛକଠାରେ ଥିବା କାଜୁ ଜଙ୍ଗଲ ପାଖରେ ଦୁଇଜଣ ଡକାୟତ ରାସ୍ତାରେ ଭୁଜାଲି ଧରି ଛିଡା ହୋଇ ତାଙ୍କୁ ଅଟକାଇ ଥିଲେ।ସେମାନଙ୍କୁ ଦେଖି ଗନ୍ଧର୍ବ ଗାଡିଛାଡି ଦୈଉଡି ପଳାଇ ଯାଉଥିବା ସମୟରେ ଡକାୟତ ମାନେ ତାଙ୍କ ଉପରକୁ ବୋମା ଫୋପାଡି ଥିଲେ। ବୋମାମାଡ ହେବା ଦ୍ୱାରା ଗନ୍ଧର୍ବ ଙ୍କର ମୁଣ୍ଡ ଓ ଡାହାଣ ହାତରେ ଗଭିର ଆଘାତ ଲାଗିଥିଲା। ଓ ଘଟଣାସ୍ଥଳରେ ଗନ୍ଧର୍ବ ଟଳିପଡି ଥିଲେ ସେହି ସମୟରେ ଡକାୟତ ମାନେ ତାଙ୍କ ପାଖରୁ ୨୦୦୦ ହଜାର ଟଙ୍କା ମଟରସାଇକେଲ ପଳାଇ ଯାଇଥିଲେ। ଦୀର୍ଘ ୨ ଘଣ୍ଟା ପରେ ଗନ୍ଧର୍ବ ଙ୍କର ଚେତା ଆସିବା ପରେ । ହରିପୁର ଗ୍ରାମର ତାଙ୍କ ସମ୍ପର୍କିତ ଦେବେନ୍ଦ୍ର ମହାନ୍ତିଙ୍କୁ ଫୋନ୍ କରିଥିଲେ । ଦେବେନ୍ଦ୍ର ଘଟଣା ସ୍ଥଳରେ ପହଞ୍ଚି ଗନ୍ଧର୍ବ ଙ୍କୁ ଉଦ୍ଧାର କରି ୧୦୮ ସାହାଯ୍ୟରେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଆହାତ ଗନ୍ଧର୍ବଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ Scb ମେଡିକାଲକୁ ପଠା ଯାଇଥିଲା। ଏବଂ ଆହାତ ଗନ୍ଧର୍ବ ଓ ଦେବେନ୍ଦ୍ର କହିଛନ୍ତି ଯେ ସୁକିନ୍ଦା ପୋଲିସ ର ପେଟ୍ରୋଲିଙ୍ଗି ଅଭାବରୁ ଏଭଳି ଅଭାବନୀୟ ଘଟଣା ଘଟୁଛି। ଯାଜପୁର ରୁ ସତ୍ୟରଞ୍ଜନ ପାଢ଼ୀ ୬/୧୨/୨୦୨୦----୫.୫୦


