ଦର୍ପଣ ତହସିଲ ସମ୍ମୁଖରେ ଚାଷୀ ଧାରଣ
ଦର୍ପଣ---- ଯେଉଁ ଦେଶରେ ଚାଷୀଙ୍କୁ ଅଣଦେଖା କରାଯାଇଛି ସେଠାରେ ଲୋକଙ୍କ ବିକାଶ ଆଶା କରିବା ବୃଥା । ଆଜି ବଡଚଣା ବ୍ଲକ ଆଞ୍ଚଳିକ କୃଷକ ସଂଗ୍ରାମ ସମିତି ପକ୍ଷରୁ ଦର୍ପଣ ତହସିଲ ସମ୍ମୁଖରେ ଧାରଣାରେ ବସିଥିବା ଚାଷୀଙ୍କ ତରଫରୁ ବଡଚଣା କଂଗ୍ରେସ ନେତା ଅଜୟ ସାମଲ ସହ ବରିଷ୍ଟ ସାମ୍ବାଦିକ ରବି ଦାସ ତାଙ୍କ ବିବୃତିରେ ପ୍ରକାଶ କରିଛନ୍ତି । କଳାଶ୍ରୀ ,ଚାରିନଙ୍ଗଳ,ପଲେଇ,ପଣସୁଧା,ବରଦା,ମାତକାତପୁର୍,ପତରାଜପୁର୍,ସୁଙ୍ଗୁଡା ଓ ଦର୍ପଣୀଗଡ ରାଜସ୍ବ ଗ୍ରାମର ଜମିଜମା ରେକର୍ଡ ସଂଶୋଧନ,ଦାଖଲ ଖାରଜ ତଥା ଅନ୍ୟାନ୍ୟ ରାଜସ୍ବ ସମସ୍ୟା ଫଇସାଲା,ସମାଧାନ ଓ ପ୍ରାକୃତିକ ବିପର୍ଯ୍ୟୟ ରେ ଫସଲ କ୍ଷୟକ୍ଷତି ନିମନ୍ତେ ସରକାରୀ ସହାୟତା ପ୍ରଦାନ ଆଦି ଦାବି ପୂରଣ କରିବାକୁ ଚାଷୀ ମାନେ ଅଡ଼ି ବସିଛନ୍ତି।
ଦର୍ପଣ ବଡ଼ଚଣା ଯାଜପୁର ରୁ ସତ୍ୟରଞ୍ଜନ ପାଢ଼ୀ ,୬/୧୨/୨୦-----୫,୪୦



