ads

Breaking News

ପ୍ରଦୀପ ମହାରଥୀ ମେମୋରିଆଲ କ୍ରିକେଟ କପ୍ ର ୫ମ ଦିବସ


 ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ହରିରାଜପୁର ଗ୍ରାମ ପଞ୍ଚାୟତର ସୋମନାଥ ଦେବଙ୍କ ପଡିଆରେ ପ୍ରଦୀପ ମହାରଥୀ ମେମୋରିଆଲ କ୍ରିକେଟ କପ-୨୦୨୦ ଶନିବାର ଦିନ ପଞ୍ଚମ ଦିବସ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚ ଦି ରୁଲ ମେକର ଭୁବନେଶ୍ୱର ସହିତ କମାଣ୍ଡୋ ୧୧ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଦି ରୁଲ ମେକର ଦଳ ଟଚ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭର ୯ ଉଇକେଟ ହରାଇ ୧୭୨ ରନ କରିଥିଲେ । ଜବାବରେ କମାଣ୍ଡୋ ୧୧ ଦଳ ୧୨ ଓଭରରେ ସମସ୍ତ ଉଇକେଟ ହରାଇ ୮୫ ରନ ସଂଗ୍ରହ କରିଥିଲେ । ଦି ରୁଲ ମେକର ଭୁବନେଶ୍ୱର ଦଳ ୮୭ ରନରେ ବିଜୟୀ ହୋଇଥିଲେ । ଦି ରୁଲ ମେକର ଦଳର ମ୍ୟାନ ଅଫ ଦି ମ୍ୟାଚ ଭାବେ ଲରେନ୍ ସ୍ୱାଇଁ ବିବେଚିତ ହୋଇଥିଲେ । ଦୀପକ ମହାରଣା ଓ ବାସୁଦେବ ସାମନ୍ତରାୟ ଏହି ମ୍ୟାଚ ପରିଚାଳନା କରିଥିଲେ ।  ସେହିପରି ୨ୟ ମ୍ୟାାଚ ଟି ରୋରେର ଲାୟନ୍ସ ଖୁଦୁପୁର ଜଟଣୀ  ସହିତ ମ୍ୟାଜିକ୍ ୧୧ ସିଟିସି  ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରୋରେର ଲାୟନ୍ସ ଦଳ ପ୍ରଥମେ ଟଚ୍ ଜିତି ବ୍ୟାଟିଂ କରି ୨୦ ଓଭରରେ, ୮ ଉଇକେଟ ବିନିମୟରେ  ୧୯୭ ରନ କରିଥିଲେ । ଜବାବାରେ ମ୍ୟାଜିକ୍ ୧୧ ସିଟିସି କ୍ରିକେଟ ଦଳ ୧୮.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୮୪ ରନ ସଂଗ୍ରହ କରିଥିଲେ । ରୋରେର ଲାୟନ୍ସ ଦଳ ଏହି ମ୍ୟାଚଟିକୁ ୧୩ ରନରେ ବିଜୟୀ ହୋଇଥିଲେ । । ସନ୍ତୋଷ ସ୍ୱାଇଁ ଏହି ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ବିକାଶ ପାତ୍ର ଓ ପ୍ରସନ୍ନ ପାତ୍ର ମ୍ୟାଚ ପରିଚାଳନା କରିଥିଲେ ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୬/୧୨/୨୦୨୦---୪୨୦

ads

Blog Archive

Popular Posts