ads

Breaking News

ବରକେରାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୧୭ତମ ବାର୍ଷୀକ କ୍ରୀଡା ଉତ୍ସବ

   ଡେଲାଙ୍ଗ----ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାର ୧୧୭ତମ ବାର୍ଷୀକ କ୍ରୀଡା ଉତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଅପରାହ୍ନରେ କ୍ରୀଡ଼ା ଉତ୍ସବ ଉଦଯାପିତ  ହୋଇଯାଇଅଛି। ଏଥିରେ ୨୩ ଟି ବିଭାଗରେ ୮୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସର୍ବ ପ୍ରଥମେ ବିଦ୍ୟାଳୟରେ ଥିବା ପଞ୍ଚସଖାଙ୍କ ପ୍ରତି ମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ। ପରେ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଭାଗବତ ବାସୁଦେବଙ୍କ ଆଳତି କାଠିରୁ  ଜ୍ୟୋତି ସଂଗ୍ରହ କରାଯିବା ପରେ ଜ୍ୟୋତି ଯାତ୍ରା ଆରମ୍ଭ ହୋଇଥିଲା । ଜ୍ୟୋତି ଯାତ୍ରା ଗ୍ରାମ ପରିକ୍ରମା କରିବା ପରେ କ୍ରୀଡା ଜ୍ୟୋତିକୁ ମୂଖ୍ୟ ଅତିଥି  ଖେଳ ପଡ଼ିଆରେ ସ୍ଥାପନ କରିବା ପରେ ଆନୁଷ୍ଠାନିକ ଭାବେ କ୍ରୀଡା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଉଦଘାଟନ ଓ ଉଦଯାପନ ଉସ୍ଚବରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସେଠୀ ।ମୂଖ୍ୟ  ଅତିଥି ଭାବେ ଯୋଗ ଦେଇଥିଲେ ପ୍ରାକ୍ତନ ମଣ୍ଡଳ ଶିକ୍ଷାଧିକାରୀ ଡେଲାଙ୍ଗ ,ସଚ୍ଚିଦାନନ୍ଦ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଡେଲାଙ୍ଗ ମଣ୍ଡଳ ସହ ଶିକ୍ଷାଧିକାରୀ  ଯୁଧିଷ୍ଠିର ପରିଡ଼ା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ  ସନାତନ ସ୍ବାଇଁ, ପ୍ରକୃତି ବନ୍ଧୁ  ବିଶ୍ଵଜିତ ପରିଡା ଓ ମୂଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ପ୍ରାକ୍ତନ ଶିକ୍ଷକ ଶ୍ରୀଯୁକ୍ତ ଜଟାଧାରୀ ପରିଡା। କ୍ରୀଡା ପରିଚାଳନା କରିଥିଲେ‌ ଶିକ୍ଷକ ଶ୍ରୀଯୁକ୍ତ ପର୍ଶୁରାମ ସାହୁ ,ବିରଞ୍ଚି ନାରାୟଣ ବରାଳ, ସୁଧିର କୁମାର ଜେନା, ପୁରୁଷୋତ୍ତମ ନାୟକ ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ ଓ ବିଦ୍ୟାଳୟର ପୁରାତନ ଛାତ୍ର ବିଷ୍ଣୁ ପ୍ରସାଦ ପ୍ରଧାନ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଶିକ୍ଷକ ମିଟୁ କିଶୋର ପ୍ରଧାନ।

 D senapati
Delang 
 ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି

ads

Blog Archive