ads

Breaking News

ସରସ୍ୱତୀ ଶିଶୁ ମନ୍ଦିରର ସାମ୍ବତ୍ସରିକ ଉତ୍ସବ

ବେଗୁନିଆ---- ବେଗୁନିଆ ବ୍ଲକ  ଅନ୍ତର୍ଗତ କଣ୍ଟାବାଡ ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ  ମନୋରଞନ ପଣ୍ଡାଙ୍କ ନେତୃତ୍ୱରେ ଦୁଇଦିନ ଧରି ଚାଲିଥିବା  ଦ୍ୱାଦଶ ସାମ୍ବତ୍ସରିକ ଉତ୍ସବ ଉଦ୍ଯାପିତ  ହୋଇ ଯାଇଛି ।  ଉଦଘାଟନୀ ଉତ୍ସବରେ   ଶିଶୁ ମନ୍ଦିରର ସଭାପତି ମାନସ ରଞନ ଦାଶ ପୌରୋହିତ୍ୟ କରିଥିଲେ ।  ସଭାରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିମ୍ବାଧର ସୁନ୍ଦରାୟ ବିଶେଷ ଅତିଥି,ଶିକ୍ଷାବିତ୍ କୁଳମଣି ମିଶ୍ର ମୁଖ୍ୟବକ୍ତା,ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ ବେହେରା,ସମିତି ସଭ୍ୟ ସୁବାସ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସଭ୍ୟ ଦିଲ୍ଲୀପ କୁମାର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଶ୍ରୀକାନ୍ତ ବାହିନୀପତି ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ  ପ୍ରସନ୍ନ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ । ସେହିପରି  ଉଦଯାପନୀ ଉତ୍ସବରେ ଡାକ୍ତର ଅଭୟ କୁମାର ବାହିନୀ ପତି ମୁଖ୍ୟ ଅତିଥି,ବ୍ଲକ ଅଧ୍ୟକ୍ଷା ଜାନକୀ ସ୍ୱାଇଁ  ବିଶେଷ ଅତିଥି ,ବରିଷ୍ଠ ଶିକ୍ଷକ ନଳିନୀକାନ୍ତ ପଣ୍ଡା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀମାନେ କର୍ତବ୍ୟ ପରାୟଣ ହୋଇ ଦେଶର ଟେକ ରଖିବାକୁ ପରାମର୍ଶ ଦେଇଥିଲେ । ଏହି ଆବସରରେ  ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ  ଅତିଥିମାନେ ପୁରଷ୍କୃତ  କରିଥିଲେ ।  ପରେ  ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । 
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

ads

Blog Archive

Popular Posts