ads

Breaking News

ଓଡ଼ଗାଁ ପାର୍କରେ ବିଷାକ୍ତ ସାପ

ନୟାଗଡ ---- ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଥିବା ପାର୍କରେ ସନ୍ଧ୍ୟାରେ ଜନ ଗହଳି ଲାଗିରହିଥିଲା। ଶୀତୁଆ ପବନର ମଜା ନେବାପାଇଁ ସୁରମ୍ୟ ସନ୍ଧ୍ୟାରେ ସମସ୍ତେ ମଜଗୁଲ ଥିଲେ ।ଏହି ସମୟରେ ହଠାତ କିଛି ପିଲାମାନଙ୍କ ଚିତ୍କାର ଶୁଣି ସମସ୍ତେ ଦଉଡ଼ି ଗଲେ। ଏକ ବିରାଟ ରଣାସାପ ବୁଲୁଥିବାର ନଜରକୁ ଆସିଲା ।ଏହାକୁ ଦେଖି ପ୍ରଥମେ ଭୟଭୀତ ହୋଇପଡିଥିଲେ ପାର୍କରେ ଥିବା ଲୋକମାନେ। ଏହାର ସୁଯୋଗ ନେଇ ସାପଟି ଅନ୍ଧାରରେ ପାର୍କର ବୁଦାଭିତରେ ଲୁଚିଯାଇଥିଲା। ଏବେ ପାର୍କକୁ ଯିବାପାଇଁ ଲୋକେ ଆତଙ୍କିତ ହୋଇପଡିଛନ୍ତି। 
ନୟାଗଡ଼ ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive