ads

Breaking News

ବେଗୁନିଆରେ ବିଶ୍ୱ ମୃତିକା ଦିବସ ପାଳିତ

ବେଗୁନିଆ----- ବେଗୁନିଆ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଲୋକିପୁର ଠାରେ  ଆତ୍ମା ପକ୍ଷରୁ ବିଶ୍ୱ ମୃତିକା ଦିବସ ପାଳିତ ହୋଇ ଯାଇଛି ।ଏ ନେଇ ସମାଜସେବୀ ଜାଗେଶ୍ୱର ମାଝୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଖୋର୍ଦ୍ଧା  ଜିଲ୍ଲା ନୋଡାଲ ଅଫିସର  ସୁବ୍ରତ କୁମାର ରଥ ମୁଖ୍ୟ ଅତିଥି,ବେଗୁନିଆ ସହକାରୀ କୃଷି ଅଧିକାରୀ ରତିକାନ୍ତ ପଟ୍ଟନାୟକ ମୁଖ୍ୟବକ୍ତା, ବୋତଳମା ସହକାରୀ  କୃଷି ଅଧିକାରୀ ଶ୍ରାବଣୀ ମହାରଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମୃତିକାର ପରୀକ୍ଷା  କରିବା ସହ ତାର ଉପକାରିତା ସମ୍ପର୍କରେ ଉପସ୍ଥିତ ଚାଷୀଙ୍କୁ  ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୨୦ ଜଣ ଚାଷୀ ଯୋଗଦେଇଥିଲେ  । ପରେ ଚାଷୀ ମାନଙ୍କୁ ମୃତିକା ସ୍ୱାସ୍ଥ୍ୟ କାର୍ଡ  ବଣ୍ଟନ କରାଯିବା ସହ ପ୍ରଚାର ପୁସ୍ତିକା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କୃଷକ ସାଥି ପରିଚାଳନା କରିଥିଲେ  । ଶେଷରେ କୃଷି କର୍ମଚାରୀ ମାନିନୀ  ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

ads

Blog Archive