ads

Breaking News

ନୟାଗଡ଼ର ସୁନାଝିଅ ପାଇଲେ ସମ୍ମାନଜନକ ଏକଲବ୍ୟ ପୁରସ୍କାର


 S daeli
Nyagarh 

ନୟାଗଡ଼-----ନୟାଗଡ଼ ଜିଲ୍ଲା ପାଇଁ ଗର୍ବ ଏବଂ ଗୌରବ ଆଣିଥିବା ନୟାଗଡ଼ ମାଟିର ସୁନାଝିଅ ଝିଲ୍ଲୀ ଦଳବେହେରା ପାଇଛନ୍ତି ସମ୍ମାନଜନକ ଏକଲବ୍ୟ ପୁରସ୍କାର ୨୦୧୯। ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ଜନ୍ମିତ ଝିଲ୍ଲୀ ଦଳବେହେରାଙ୍କୁ ଏକ ଭବ୍ୟ ସମାରୋହରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଉଦୀୟମାନ ଭାରତ୍ତୋଳିକା ଝିଲ୍ଲୀ ୨୦୧୭ ଏପ୍ରିଲରୁ ୨୦୧୯ ମଧ୍ୟରେ ଦୁଇଟି ସ୍ୱର୍ଣ୍ଣ, ତିନୋଟି ରୌପ୍ୟ ଏବଂ ଏକ କାଂସ୍ୟ ପଦକ ହାସଲ କରିଛନ୍ତି । ଦାରିଦ୍ର‌୍ୟ ସୀମାରେଖା ତଳେ ବସବାସ କରି ମଧ୍ୟ ଝିଲ୍ଲୀ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ପୁରସ୍କାର ପାଇଥିବାକୁ ନେଇ ତାଙ୍କ ପରିବାର ଏବଂ ନୟାଗଡ଼ବାସୀଙ୍କୁ ଖୁସି ଗର୍ବ ଆଣିଦେଇଛି। 
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive