ads

Breaking News

ରାଜ୍ୟସ୍ତରୀୟ ପଠାଣି ସାମନ୍ତ ଜୟନ୍ତୀ ପାଳିତ


 S daeali
nayagarh 

ନୟାଗଡ଼---- ଦୁଇଖଣ୍ଡ ବାଉଁଶ ନଳୀ ସାହାଯ୍ୟରେ ଗ୍ରହ ନକ୍ଷତ୍ରମାନଙ୍କର ଗଣନା କରି ନିଜକୁ ବିଶ୍ବବିଦିତ କରିଥିବା ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ତତ୍କାଳୀନ ଖଣ୍ଡପଡ଼ା ଗଡ଼ରେ ୧୮୩୫ ମସିହା ଡ଼ିସେମ୍ବର ମାସ ୧୩ ଜନ୍ମ ଗ୍ରହଣ କରିଥିବା ବିଶ୍ୱ ପ୍ରସିଦ୍ଧ ଜ୍ୟୋର୍ତିବିଦ୍ ମହାମହପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତ ପଠାଣି ସାମନ୍ତଙ୍କର ୧୮୫ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଓଡିଶା ସାହିତ୍ୟ ଏକାଡେମୀ ଓ ପଠାଣି ସାମନ୍ତ ମେମୋରିଆଲ ପରିଷଦର ମିଳିତ ଆନୁକୁଲ୍ୟରେ ଗୁରୁବାର ଖଣ୍ଡପଡା ସାଇ ବୃନ୍ଦାବନ ସେବାଧାମ ପରିସରରେ ଆୟୋଜିତ ଜୟନ୍ତୀ ଉତ୍ସବରେ ଓଡିଶା ସାହିତ୍ୟ ଏକାଡେମୀର ସଚିବ ଜୟନ୍ତୀ ରଥ ମୁଖ୍ୟ ଅତିଥି ଓ ଉତ୍କଳ ବିଶ୍ୱ ବିଦ୍ୟାଳୟର ସହକାରୀ ପ୍ରଫେସର ଡଃ ରମେଶ ଚନ୍ଦ୍ର ମଲ୍ଲିକ ମୁଖ୍ୟ ବକ୍ତା ରୁପେ ଯୋଗଦେଇ ସାମନ୍ତଙ୍କ ସୁଦୂର ପ୍ରସାରୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ରୁପେ ବିଶିଷ୍ଟ ବିଜ୍ଞାନ ତତ୍ୱାବଧାରକ ଅକ୍ଷୟ କୁମାର ଷଡଙ୍ଗୀ, ଓଡିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ନିର୍ମଳ ଚନ୍ଦ୍ର ଶୁରଦେଓ, ଶିଶୁ କବି କାଶିନାଥ ଦାସ, ଅବସରପ୍ରାପ୍ତ ପ୍ରଶାସକ ଭାରତୀ ଭୁଷଣ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ବରିଷ୍ଠ ଆଇନଜୀବି ଗିରିଜା ଶଙ୍କର ତରାସିଆ ଉତ୍ସବରେ ପୈାରହିତ୍ୟ କରିଥିଲେ । କୁନି ପ୍ରତିଭା ରୁପାଲୀ ସାହୁ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । କୃତୀ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
 ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive