ads

Breaking News

ନୂତନ ଆରଆଇ ଅଫିସ ଉଦଘାଟନ


 ବରଗଡ଼----  ବରଗଡ଼ ଜିଲ୍ଲା ଅତାବିରା ତହସିଲ ଅନ୍ତର୍ଗତ ଅତାବିରା ଏନଏସି ଅଫିସ ନିକଟରେ ଆର ଆଇ ଅଫିସର ଶୁଭ ଉଦଘାଟନ ହୋଇ ଯାଇଛି।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା ଶୁଭ ଉଦଘାଟନ କରିଥିଲେ । ସୁବିଜ୍ଞ ପଣ୍ଡିତଙ୍କ ଦ୍ଵାରା ମନ୍ତ୍ର ପଠନ ପୂର୍ବକ ପୂଜାର୍ଚ୍ଚନା କରାଯାଇ ଗୃହ ପ୍ରବେଶ ହୋଇଥିଲା।ଏହି ଅବସରରେ ସ୍ଥାନୀୟ ତହସିଲଦାର ହୃଦାନନ୍ଦ ଅଡ୍ଡା,ଅତିରିକ୍ତ ତହସିଲଦାର ଶୌର୍ଯ୍ୟ ରଞ୍ଜନ ମିଶ୍ର,ଅତିରିକ୍ତ ତହସିଲଦାର ସମ୍ମି ରେଡ୍ଡୀ ଜୟଶ୍ରୀ,ଆର ଆଇ ହୀରାଲାଲ ମିର୍ଧା ତଥା ଆର ଆଇ ଷ୍ଟାଫ ଉପସ୍ଥିତ ଥିଲେ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive