ads

Breaking News

ବିଶ୍ୱ ମୃର୍ତିକା ଦିବସ ପାଳନ

ଡେଲାଙ୍ଗ----ଡେଲାଙ୍ଗ ବ୍ଲକ ଅଧିନସ୍ଥ ଜେନାପୁ ର ପଞ୍ଚାୟତର ପୋଷଲଠାରେ ଆତ୍ମା ପକ୍ଷରୁ ବିଶ୍ୱ ମୃର୍ତିକା ଦିବସ ପାଳନ କରାଯାଇଛି । ଏହି ଅବସରରେ ଚାଷିମାନଙ୍କୁ ମାଟି ପରିକ୍ଷା ଓ ତାର ଯତ୍ନ ସହିତ ରାସାୟନିକ ସାର ବ୍ୟବହାର କରିବା ଉପରେ ସଚେତନ କରାଯାଇଥିଲା  । କୃଷି ବୈଷୟିକ ପରିଚାଳନା ସଂସ୍ଥା ଡେଲାଙ୍ଗ ସହକାରୀ କୃଷି ଅଧିକାରୀ ସୋନାଲି ମିଶ୍ର ଙ୍କ ଅନୁଷ୍ଠିତ ସଭାରେ ଅଧକ୍ଷତା କରିଥିଲେ  ।  ଶସ୍ୟ ସଂରକ୍ଷଣ ଅଧିକାରୀ ବିଜୟ କେତନ ସାହୁ,ବ୍ଲକ କୃଷି ବୈଷୟିକ ପରିଚାଳକ ଅଧିକାରୀ ଜ୍ଞାନ ରଂଞ୍ଜନ ହରିଚନ୍ଦନ,ସହକାରୀ ବୈଷୟିକ ପରିଚାଳକ ଅଧିକାରୀ ଅନ୍ୟନ୍ୟା ନାୟକ,ଜନ୍ମଯୟ ମିଶ୍ର,ଆଜାଦ ବରାଳ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଚାଷୀ ମାନଙ୍କୁ  ମାଟି ପରିକ୍ଷା କରି ରାସାୟନିକ ସାର ପ୍ରୟୋଗ ଉପରେ ଆଲେଚନା କରିଥିଲେ  । ଏହି ଅବସରରେ ମୃର୍ତିକା ସ୍ୱାସ୍ଥ୍ୟ କାର୍ଡ ଚାଷୀ ମାନଙ୍କୁ ପ୍ରଦାନ କରାଯାଇଥିଲା  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି  

ads

Blog Archive