ads

Breaking News

ମାତୃପୁରୀରେ ଜାତୀୟ ଗଣିତ ଦିବସ ପାଳିତ


N das
Baragarh
ବରଗଡ଼ ----    ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲାଦେର ପାଲି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ବିଶିଷ୍ଟ ଗଣିତଜ୍ଞ ଶ୍ରୀନିବାସ ରାମନୁଜଙ୍କ ଜନ୍ମ ତିଥିରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଅଛି। ଛାତ୍ରଛାତ୍ରୀ ମାନଙ୍କର ଗଣିତ ପ୍ରତି ରୁଚି ବଢାଇବା ପାଇଁ "ଗଣିତ କୁଇଜ"ଓ "ସମାଜ ପ୍ରତି ଗଣିତର ଅବଦାନ"ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଗଣିତ କୁଇଜରେ ଶ୍ରୀଜିନା ପ୍ରଧାନ ଓ ସୌମ୍ୟାଶ୍ରୀ ପ୍ରଧାନ ପ୍ରଥମ,ନିକିତା ଦାଶ ଓ ସାରଦା ପ୍ରସନ୍ନ ସାହୁ ଦ୍ଵିତୀୟ,ରୋନକ ମାଝୀ ଓ ପ୍ରିଆଂଶୁ ମହାପାତ୍ର ତୃତୀୟ,ବିବେକରାଜ ସାହୁ ଓ ତୁଷାରକାନ୍ତ ପ୍ରଧାନ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ।ଅଧ୍ୟକ୍ଷ ଟିକେଲାଲ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅବସର ପ୍ରାପ୍ତ ଗଣିତ ଶିକ୍ଷକ ଶ୍ରୀଯୁକ୍ତ ଦୁର୍ଯୋଧନ ପ୍ରଧାନ,ଶିକ୍ଷାବିତ ଗଜିନ୍ଦ୍ର ପ୍ରଧାନ,ସରୋଜ ରଥ,ଯତୀନ୍ଦ୍ର ପ୍ରଧାନ,ସୁଖଦା ମିଶ୍ର,ବୁବ୍ରୁବାହନ ମିଶ୍ର ମଞ୍ଚସିନ ଥିଲେ। କାର୍ଯ୍ୟକ୍ରମକୁ କୁଇଜ ମାଷ୍ଟର ରାମଚନ୍ଦ୍ର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ରାଜକିଶୋର ସେଟ,ଯୁଗଳ ସାହୁ,ମାନସ ଭୋଇ,ସୁନିଲ ଖମାରୀ,ରତନ ଦୀପ,ରଞ୍ଜୁଳତା ବାରିକ,ମୋନାଲିଶା ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିବାବେଳେ ଶେଷରେ ଗଣିତ ବିଭାଗୀୟ ମୁଖ୍ୟ ବୁବ୍ରୁ ବାହନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts