ads

Breaking News

ବହୁ ଶିଘ୍ର ବଦଳିବ ସ୍ୱର୍ଗଦ୍ୱାରର ରଙ୍ଗ ଓ ଚିତ୍ର


 J Sheti
Puri
ପୁରୀ----  ପୁରୀ ସ୍ୱର୍ଗ ଦ୍ୱାର ହେବ ନବକଳେବର । ଏଥିପାଇଁ ଆଜି ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ୱର୍ଗ ଦ୍ୱାର ଭିତରେ ଥିବା ପୁରୁଣା ଗୃହ ଗୁଡିକ ଆଜି ଭଙ୍ଗା ଯାଉଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବାହିନୀ ମୁତୟନ କରାଯାଇଛି। ପୂର୍ବରୁ ସରକାର ଙ୍କ ଘୋଷଣା ମୁତାବକ ଖର୍ଚ୍ଚ ହେବ ପଞ୍ଚ କୋଟି ଟଙ୍କା ।  ହଟିବ ବିଜୁ ବାବୁ ଙ୍କ ସମାଧି । ଏବେ ସ୍ୱର୍ଗ ଦ୍ୱାରର ବିକାଶ ପାଇଁପ୍ରସ୍ତୁତ ହୋଇଛି ନୁଆ ବ୍ଲୁପ୍ରିଣ୍ଟି ।  ଏଣିକି ସ୍ୱର୍ଗ ଦ୍ୱାରରେ ଶବ ବାହକ ଓ ଶବ ଦାହ ପାଇଁ ସମ୍ପୂର୍ଣ ଅତ୍ୟାଧୁନୀକ ବ୍ୟବସ୍ଥା ରହିବ । ଶବ ବାହକମାନଙ୍କ ସୁବିଧା ପାଇଁ ନିର୍ମାଣ ହେବ ବିଶ୍ରାମକକ୍ଷ  । ଏହି ଉନ୍ନତିମୁଳକ କାମ ପାଇଁ ସ୍ୱର୍ଗ ଦ୍ୱାରରେ ଥିବା ବିଜୁ ବାବୁଙ୍କ ସମାଧି ମଧ୍ୟ ହଟିବ   ।   ନିଷ୍ପତି  ହୋଇଛି  ସବୁ ଋତୁରେ କିଭଳି ସୁବିଧାରେ ଏଠାରେ ଶବଦାହ କରିହେବ ସେ ନେଇ ସବୁ ଅନୁକୁଳ ବ୍ୟବସ୍ଥା ନିର୍ମାଣ କରାଯିବ ।ଏଠାରେ ବ୍ୟପକ ବୃକ୍ଷରୋପଣ ସହ ଅସ୍ତି ସଂଗ୍ରହ ଓ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା କରାଯିବ । ପ୍ରଥମ ପର୍ଯ୍ୟାୟରେ ପଞ୍ଚାକୋଟି ଟଙ୍କା ଖର୍ଚ୍ଚ କରାଯିବ । । ତେବେ ଅଗାମୀ ଦିନରେ ସ୍ୱର୍ଗ ଦ୍ୱାର ବିକାଶ ନେଇ ଜବର ଦଖଲ ଉଛେଦ ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି ବିଶେଷ ସୁତ୍ରରୁ ଜଣାପଡିଛି ।
 ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive