ads

Breaking News

ଲାଦେରପାଲିରେ ଟ୍ରାଫିକ ସମସ୍ୟା ସୁଧୁରିବ କେବେ

  ବରଗଡ଼------   ବରଗଡ଼ ଜିଲ୍ଲା ଅତାବିରା ଏନଏସି ସ୍ଥିତ ଲାଦେର ପାଲି ଛକରେ ଏଫସିଆଇ ଗୋଦାମ ଅବସ୍ଥିତ। ଏହି ଗୋଦାମକୁ ପ୍ରତ୍ୟହ ବହୁ ଗୁଡ଼ାଏ ଭାରିଯାନ ଗହମ,ଚାଉଳ ପାଇଁ ଆସିଥାଏ । ଗୋଦାମ ପରିସରରେ ଗାଡି ରହିବା ପାଇଁ ଯାଗା ନଥିବାରୁ  ରାଜରାସ୍ତା ଉପରେ ଏଣେତେଣେ ଦିନଦିନ ଧରି ଗାଡି ଗୁଡିକ ଛିଡା ହୋଇ ରହୁଛି।  ସ୍କୁଲ ତଥା ସ୍ଥାନୀୟ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେବା ସାଙ୍ଗକୁ ବିଗତ ଦିନରେ ଦୁର୍ଘଟଣା ମାନ ଘଟି ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇ ଥିବା ନଜର ରହିଛି । ତୁରନ୍ତ ଯଦି ଏହାର ସ୍ଥାୟୀ ସମାଧାନ କରା ନଯାଏ ତେବେ କେତେବେଳେ ଯେ  ବଡ ଧରଣର ଦୁର୍ଘଟଣା ଘଟି ଜୀବନ ନ ଥିବ  ତାହା କହି ହେବ ନାହିଁ ବୋଲି ଲୋକମାନେ କହନ୍ତି । ଆଗାମୀ ଦିନରେ  ଏହି ରାସ୍ତା ରେ ଦୁର୍ଘଟଣା ଘଟିଲେ  ସେଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି  ଜନସାଧାରଣ କହିଛନ୍ତି । 



ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts