ads

Breaking News

ବିଶିଷ୍ଟ ପାଲା ଗାୟକ ଆଚାର୍ଯ୍ୟ ରାମଚନ୍ଦ୍ର ପଣ୍ଡାଙ୍କ ସ୍ମୃତିସଭା

ହାଟଡ଼ିହି------ ବିଶିଷ୍ଟ ପାଲା ଗାୟକ ତଥା କର୍ମକାର ଆଚାର୍ଯ୍ୟ ରାମଚନ୍ଦ୍ର ପଣ୍ଡାଙ୍କ ପ୍ରଥମ ବାର୍ଷିକ ସ୍ମୃତିସଭା କଳିଗାଁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରେ ସ୍ୱର୍ଗତ ପଣ୍ଡାଙ୍କ ଶ୍ରାଦ୍ଧକର୍ମ, ଉତ୍ସର୍ଗ ହୋମ ଓ ଗୀତାହୁତୀ ପରେ ନାମ ସଂଙ୍କିର୍ତ୍ତନ କରାଯାଇଥିଲା । ଏଥିରେ ବହୁ ସଂଖ୍ୟକ ପାଲା ଗାୟକ, ଐବଂ ଗ୍ରାମବାସୀ ଯୋଗଦେଇଥିଲେ । ହାଟଡିହି ବ୍ଲକ ବିଶ୍ୱତାରିଣୀ ପାଲାକାର ସଂଘର ବରିଷ୍ଠ ଉପଦ୍ଦେଷ୍ଟା କାର୍ତ୍ତିକେଶତବର ବେହେରାଙ୍କ ଦ୍ୱାରା ସ୍ୱର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ ପ୍ରତିମୃର୍ତ୍ତି ଉନ୍ମୋଚନ କରାଯାଇଥିଲା ପରେ ମାର୍କଣ୍ଡେୟ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ବାବାଜି ଚରଣ ଜେନା, ଶଙ୍କର୍ଷଣ ମ୍ରି, ଅନନ୍ତ ମିଶ୍ର, ପ୍ରଭାକର ପାଣି, ବିଦ୍ୟାଧର କବି, କିଶୋର ମହାନ୍ତି, ଶ୍ରୀଧର ପଣ୍ଡା, ଶ୍ରୀଧର ବାରିକ, ଯଦୁନାଥ ମହାକୁଡ, ଗୋବିନ୍ଦ ଚନ୍ଦ୍ର ବଳ, ବିଶ୍ୱମ୍ବର ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପଣ୍ଡାଙ୍କ କର୍ମମୟ ଜୀବନ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ । ପରିଶେଷରେ ସ୍ଥାୟୀ ସଭାପତି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ସ୍ମୃତି ଅର୍ଘ୍ୟ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।
 ହାଟଡିହିରୁ ବିକାଶ ବିଶ୍ୱାଳ

ads

Blog Archive

Popular Posts