ads

Breaking News

ଶରଣକୁଳରେ ରଥଯାତ୍ରା ଶାନ୍ତିଶୃଙ୍ଖଳା ମଧ୍ୟରେ ଶେଷ

ଶରଣକୁଳ-ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଶରଣକୁଳରେ ରଥଯାତ୍ରା ଶାନ୍ତିଶୃଙ୍ଖଳା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ହଜାର ହଜାର ଜନସମାଗମ ହୋଇଥିଲା। ସୁସଜ୍ଜିତ ନନ୍ଦିଘୋଷ,ତାଳଧ୍ୱଜ ଏବଂ ଦର୍ପଦଳନ ରଥକୁ ଶ୍ରଦ୍ଧାଳୁ ନରେନ୍ଦ୍ରପୁର ରେ ଥିବା ମାଉସୀ ମା ମନ୍ଦିରଆଡ଼କୁ ଟାଣି ଟାଣି ନେଇଥିଲେ ।ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜକୁ ଭକ୍ତମାନେ ଟାଣିବା ପରେ   ମା ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷକୁ ନେଇ ମାଉସୀ ମା ମନ୍ଦିର ନିକଟରେ ପହଞ୍ଚାଇଥିଲେ । ବଦ୍ଯ,ଘଣ୍ଟ ଘଣ୍ଟା ଓ ହୁଳହୁଳି ଶବ୍ଦରେ ଶରଣକୁଳର ଘୋଷଯାତ୍ରା ସ୍ୱତନ୍ତ୍ର ବାରିହୋଇପଡୁଥାଏ  । ଶରଣକୁଳ ଥାନା ଅଧିକାରୀ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ । ଲଡୁବାବାଙ୍କ ମନ୍ଦିର ପ୍ରଶାସନ ଏଥିରେ ସମ୍ପୂର୍ଣ୍ଣ ନିୟୋଜିତ ଥିବାବେଳେ ବଡ଼ସୁଆର ସଂଜୟ କୁମାର ମହାପାତ୍ର ରଥଯାତ୍ରାକୁ ପରିଚାଳନା କରିଥିଲେ।
ଓଡଗାଁରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts