ads

Breaking News

ମହିଳା ଗୋଷ୍ଠୀଙ୍କୁ ଋଣ ପ୍ରଦାନ ନିମନ୍ତେ କର୍ମଶାଳା

ଡେଲାଙ୍ଗ ----  ଡେଲାଙ୍ଗ ପଞ୍ଚାୟତ ସମିତି ସଭାଗୃହ ପରିସରରେ ନୂତନ ମହିଳା ଗୋଷ୍ଠୀ ମାନଙ୍କୁ ଋଣ ଲାଗାଣ ସହିତ ମିଶନ ଶକ୍ତି ଋଣ ପ୍ରଦାନ ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା  । ଏହି କାର୍ଯ୍ୟକ୍ରମରେ ସିଡିପିଓ କାମିନୀ ପ୍ରଭା ସ୍ୱାଇଁଙ୍କ ଅଧ୍ୟକ୍ଷତା କରିଥିବା ବେଳେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ମାନେ ଏବେନିଜ ଗୋଡରେ ନିଜେ ଠିଆ ହୋଇ ପାରିଛନ୍ତି । ଆଗପରି ଅନ୍ୟ କାହା ଉପରେ ନିର୍ଭର କରିବାକୁ ସେମାନଙ୍କୁ ପଡୁନାହିଁ ବୋଲି ଶ୍ରୀ ସାହୁ କହିଥିଲେ  ।  ମୁଖ୍ୟବକ୍ତା ଭାବେ ୟୁକୋ ବ୍ୟାଙ୍କର ପରିଚାଳକ ସୁକାନ୍ତ ଚନ୍ଦ୍ର ଦାଶ ଯୋଗଦେଇ ବ୍ୟାଙ୍କ ସହିତ ଭହିଳା ଗୋଷ୍ଠୀ ମାନେ କିପରି ଜଡିତ ହେବା ସହ ବ୍ୟାଙ୍କରୁ ଋଣ ନେଇ ସଠିକ ମାର୍ଗରେ କାର୍ଯ୍ୟ କରି ବ୍ୟାଙ୍କଋଣ ସୁଝିବା ସହିତ ମହିଳା ମାନଙ୍କର ଉନ୍ନତିରେ ମିଶନ ଶକ୍ତି ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି ବୋଲି ଶ୍ରୀ ଦାଶ କହିଥିଲେ  । ଅନ୍ୟତମ ଅତିଥି ଭାବେ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ ଓ ସଭାନେତ୍ରୀ ବିଦ୍ୟୁଲତା  ସ୍ୱାଇଁ ଯୋଗଦେଇଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts