ads

Breaking News

ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ

ଡେଲାଙ୍ଗ ---  ଡେଲାଙ୍ଗ- ବ୍ରହ୍ମଗିରି ରାସ୍ତାର ଉନ୍ନତିକରଣ ପ୍ରକଳ୍ପ ନିମନ୍ତେ  ନାବାର୍ଡ ସହାୟତାରେ ପୂର୍ତ୍ତ ବିଭାଗ ପକ୍ଷରୁ ବିଧାୟକ ପ୍ରଦୀପ ମହାରଥୀଙ୍କ କରକମଳରେ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ଏହି ରାସ୍ତା ବେରବୋଇ, ଗୁଆଳିପଡା, ଶ୍ରୀପୁରଷୋତ୍ତମପୁର, ଜେନାପୁର , ରେଞ୍ଚ ଆଦି ଗ୍ରାମ ପଞ୍ଚାୟତର ଅଧିବାସୀ ମାନେ ଉପକୃତ ହେବା ସହ ଏହି ରାସ୍ତାକୁ ପଞ୍ଚାୟତ ରାସ୍ତା ସଂଯୋଗୀ କରଣ କରାଯିବ ବୋଲି ବିଭାଗୀୟ ସହକାରୀ ଯନ୍ତ୍ରୀ ଦୀଲିପ କୁମାର ପତିଙ୍କ ଠାରୁ ପ୍ରକାଶ  । ସେହିପରି ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଗାନ୍ଧୀପୀଠର ଉନ୍ନତି କରଣ ନିମନ୍ତେ ଭୂମିପୁଜା ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଶ୍ରୀ ମହାରଥୀଙ୍କ ସହ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ସମବାୟବିତ୍ତି ବୈରାଗୀ ଜେନା, ପିପିଲି ବ୍ଳକର ଆତ୍ମାର ସଭାପତି ଧରଣୀଧର ସାହୁ , ଜିଲ୍ଲା ପରିଷଦସଭ୍ୟ ଦେବାଶିଷ ନନ୍ଦ, ବେରବୋଇ ସରପଞ୍ଚ ଜ୍ୟେତିର୍ମୟୀ ସ୍ୱାଇଁ, ସମିତିସଭ୍ୟ ଅଭିମନ୍ୟୁ ରାଉତ, ବ୍ଳକ ଉପାଧ୍ୟକ୍ଷା ସ୍ୱପ୍ନା ବଳବନ୍ତରାୟ, ଗୁଆଳିପଡା ସରପଞ୍ଚ କାଳନ୍ଦୀ ଚରଣ ଜେନା, ସମିତିସଭ୍ୟ ବାସୁଦେବ ଜେନା, ଶ୍ରୀପୁରୁଷୋତ୍ତମପୁର ସରପଞ୍ଚ ବାଲିଙ୍କେଶ୍ୱର ମହାପାତ୍ର, ଜେନାପୁର ସରପଞ୍ଚ ବୀଣାପାଣି ମହାପାତ୍ର, ସମିତିସଭ୍ୟ ପ୍ରଭାତ କୁମାର ଜେନା,  ଅଭୟମୁଖୀ ସରପଞ୍ଚ ପ୍ରସନ୍ନ ପରିଡା, ଧାନକେରା ସରପଞ୍ଚ ପ୍ରସନ୍ନ କୁମାର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ  ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts