ads

Breaking News

ଡେଲାଙ୍ଗରେ ନେଡାଲ ସେଣ୍ଟରକୁ ନେଇ ଉପୁଜିଲା ଦ୍ୱନ୍ଦ

ଡେଲାଙ୍ଗ---- ଡେଲାଙ୍ଗ ବ୍ଳକରେ ମାଟ୍ରିକ ବୋର୍ଡ ପରୀକ୍ଷା ନୋଡାଲ ସେଣ୍ଟରକୁ ନେଇ ଏବେ ଦ୍ୱନ୍ଧ ଉପୁଜିଛି । ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ରାଧାକାନ୍ତ ବିଦ୍ୟାପୀଠ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟି ଓ ପୁରାତନ ଛାତ୍ର ସଂସଦ ପକ୍ଷରୁ ଏକ ଦାବୀପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇଛି ।  ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା କଟକଙ୍କ ଦ୍ୱାରା ମାଟ୍ରିକ ପରୀକ୍ଷା ର ନୋଡାଲ ସେଣ୍ଟର ରାଧାକାନ୍ତ ବିଦ୍ୟପିଠ ସ୍ଥରୀକୃତ ହୋଇ ଅଛି  । ମାତ୍ର ଏହାକୁ କେନ୍ଦ୍ର କରି  ୪ ତାରିଖ ଦିନ ମହତାବ ଉଚ୍ଚ  ବିଦ୍ୟାଳୟର କମିଟି ସଭ୍ୟ, ବିଦ୍ୟାଳୟର କୋମଳ ମତି ଛାତ୍ର ଓ ପୁରାତନ ଛାତ୍ର ମାନେ ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିଲେ  । ଏହି କବର ପାଇ ଜିଲ୍ଲା ଶିକ୍ଷା ଅଧିକାରୀ ସେଠାରେ ଉପସ୍ଥିତ ହୋଇ ଜଣାଇଥିଲେ ଯେ ସବୁ ପ୍ରକାର ପାରିପାଶ୍ୱର୍ିକକୁ ଲକ୍ଷ୍ୟ କରି ବୋର୍ଡ କତ୍ତୃପକ୍ଷ ରାଧାକାନ୍ତ ବିଦ୍ୟାପୀଠକୁ ନେଡାଲ ସେଣ୍ଟର ରୂପେ ଗ୍ରହଣ କରିଛନ୍ତି ।  ତହସିଲଦାରଙ୍କ ଡେଲାଙ୍ଗଙ୍କ ନେତ୍ୱତୃରେ ଏକ ଟିମ ବୋର୍ଡ ÷ଅଫିସକୁ ଯାଇ ମହତାବ ଉଚ୍ଚ ବିଦ୍ୟାଳୟକୁ ନୋଡାଲ ସେଣ୍ଟର କରିବା ସମ୍ପର୍କେ ଆଲେଚନା କରିବେ ବୋଲି ଆମ୍ଭେ ମାନେ ବିଭିନ୍ନ ଖବର କାଗଜରୁ ଜାଣିବାକୁ ପାଇଲୁ  ।  ବୋର୍ଡ କତ୍ତୃପକ୍ଷଙ୍କ  ନିସ୍ପତି ଅନୁଯାଇ ରାଧାକାନ୍ତ ବିଦ୍ୟାପୀଠ ନେଡାଲ ସେଣ୍ଟର ରକ୍ଷା କରିବା ନିମନ୍ତେ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି ।  ଯଦି ସରକାରଙ୍କ ନିସ୍ପତିକୁ ବା ନିର୍ଦ୍ଦେଶନାମାକୁ ଉଲ୍ଲଙ୍ଗନ କରାଯାଏ ତେବେ ଆଗାମୀ ଦିନରେ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସହିତ ରାଜରାସ୍ତାରେ ଧାରଣା ଦେବେ ବୋଲି ପୁରାତନ ଛାତ୍ର ସଂସଦ ପକ୍ଷରୁ ଦିବାକର ପ୍ରଧାନ, ଭାଗିରଥି ସ୍ୱାଇଁ, ବ୍ରହ୍ମାନନ୍ଦ ପରିଡା, ବସନ୍ତ ବାରିକ ଦିଲିପ ତାଡ ପ୍ରମୁଖ ଜଣାଇଛନ୍ତି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts