ads

Breaking News

ଅଭୟ ମିଶ୍ର ସ୍ମାରକୀ ଆସୋସିଏଶନର ବାର୍ଷିକୋତ୍ସବ

 ସାକ୍ଷୀଗୋପାଳ----  ସତ୍ୟବାଦୀ ବ୍ଳକର ବଳରାମପୁରଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁଢାକେରା ଗ୍ରାମର ଖେଳ ପଡିଆରେ ତିନିଦିନ ଧରି ଡା. ଅଭୟ ମିଶ୍ର ସ୍ମାରକୀ ଆସୋସିଏଶନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁ ଦାଶ ଯୁବକ ସଂଘର ସହଯୋଗରେ ଛାତ୍ର ଛାତ୍ରୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ସତ୍ୟବାଦୀ ବିଜେପିର ଯୁବ ନେତା ଓମ ପ୍ରକାଶ ମିଶ୍ର ମୁଖ୍ୟ ଅତିଥି  ଭାବେ ଯୋଗଦେଇଥିଲେ  । ସମ୍ମାନିତ ଅତିଥି ଭାବେ ଶ୍ରୀ ମନ୍ଦିର ପରିଚାଳନା କମିଟିର ସଦସ୍ୟ ପ୍ରଫେସର ସିଦେ୍ଧଶ୍ୱର ମହାପାତ୍ର, ମୁଖ୍ୟବକ୍ତା ଭାବେ ସମାଜସେବୀ ଧୀରେନ୍ଦ୍ର ନାଥ ଦାସ, ସୁବାସ ଚନ୍ଦ୍ର ଜେନା ଓ  ଭାବେ ବିଜେଡି ମଣ୍ଡଳ ସଭାପତି ରଞ୍ଜିତ ରାଉତରାୟ, ପୁତ ସରପଞ୍ଚ , ରମେଶ ଚନ୍ଦ୍ର ଜେନା, ଲିଙ୍ଗରାଜ ଦାଶ, ପ୍ରାକ୍ତନ ଅତିରିକ୍ତ ବିଡିଓ ସିଦେ୍ଧଶ୍ୱର ପଟ୍ଟନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ  । ଅନୁଷ୍ଠିତ ସଭାରେ  ସଭାପତିତ୍ୱ କରିଥିଲେ ଅଂଶୁମାନ ଜେନା  ।   ଅତିଥି ମାନଙ୍କ ଦ୍ୱାରା  ପ୍ରଦୀପ ପ୍ରଜ୍ଜଳନ ପରେ ପୁଷ୍ପମାଳ ଅର୍ପଣ କରାଯାଇଥିଲା  । ସ୍ୱାଗତ ସଂଗୀତ ଗାନ ପରେ ଅତିଥି ପରିଚୟ ଓ ବାର୍ଷିକ ବିବରଣି ପାଠ କରିଥିଲେ ବିଜେଡି ବ୍ଳକ ସଭାପତି ରତିକାନ୍ତ ମିଶ୍ର   । ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ ଶିବିର, ଛାତ୍ର ଛାତ୍ରୀଙ୍କ ମଧ୍ୟରେ କୁଇଜ, ବକ୍ୁତା, ପ୍ରତିଯୋଗିତା କରାଯାଇଥିବା ବେଳେ ଯୁବକ ମାନଙ୍କ ପାଇଁ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା  । ଶେଷରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗିତାଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ  । କାର୍ଯ୍ୟକ୍ରମକୁ ଦିପୁ ଜେନା ପରିଚାଳନା କରିଥିଲେ  । ରାତିରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା  । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts