ads

Breaking News

ଶ୍ରାବଣ ମାସର ସୋମବାର ଅବସରରେରକ୍ତ ଦାନ ଶିବିର ,୩୫ୟୁନିଟ ରକ୍ତ ସଂଗୃହୀତ

 

ବରଗଡ଼ --- ବରଗଡ ଜିଲ୍ଲା ର ବରପାଲି ବ୍ଲକ ଅନ୍ତର୍ଗତ ଗ୍ରିଣ୍ଡୋଲା ଗ୍ରାମ ର ବାବା ସିଦ୍ଧେଶ୍ୱର ଶୈବ ପୀଠ ରେ ନିଷ୍ଠା ପରିବାର ଓ ମନ୍ଦୀର ପରିଚାଳନା କମିଟି ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ ୫୪ବର୍ଷ ବୟସ ରେ ପ୍ରଥମ ଥର ପାଇଁ ସ୍ଵେଚ୍ଛାକୃତ ଭାବେ ରକ୍ତ ଦାନ କରିଥିବା ସାନ ପିପିଲିପାଲି ର  ଉଗ୍ରସେନ ଭୋଇ ଫିତା କାଟି ଶିବିରର ଶୁଭାରମ୍ଭ କରିଥିଲେ। ଶ୍ରଦ୍ଧାଳୁ ମାନେ ପ୍ରଭୂ ଙ୍କ ଦର୍ଶନ କରିବା ସହ ସ୍ଵେଚ୍ଛାକୃତ ରକ୍ତ ଦାନ କରି ପୂଣ୍ୟ ଅର୍ଜନ କରିଥିଲେ। ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୫ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।ଏହି ଶିବିରକୁ ନିଷ୍ଠା ପରିବାରର ଦେବାଶିଷ ନନ୍ଦ,ଉପ ସଭାପତି କ୍ଷୀରୋଦ୍ର ସାହୁ, ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ,ଖଗେଶ୍ବର ସାହୁ, ଚିତ୍ର ପଧାନ, ଝସ କେତନ ସାହୁ, ବିଦ୍ୟାଧର ଭୋଇ,ଆକାଶ ପ୍ରଧାନ,ମହିଳା ଶାଖା ର ମୁଖ୍ୟ ତ୍ରିପୁରା ସୁହୁଳା,ସୁତପା ଗଡତୀଆ, ରଞ୍ଜିତା ମାହାଣା ଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ପ୍ରମୁଖ ଶିବିର ପରିଚାଳନା କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୨/୮/୨୦୨୪-----୭,୨୫ Sakhigopal News,12/8/2024

ads

Blog Archive

Popular Posts