ads

Breaking News

ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ବଦଳିବା ଯୋଗୁ, ବିକାଶ ପାଇଁ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି ନିର୍ବାଚିତ ବିଧାୟକ

 

ନୟାଗଡ଼ ---   ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ଲଗାତାର ଭାବେ ଦୀର୍ଘ ୨୫ବର୍ଷ ଧରି ବିଜୁଜନତା ଦଳ ଶାସନ କରିଆସୁଛି ।ମାତ୍ର ପ୍ରତ୍ୟେକ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ  ପରିବର୍ତ୍ତନ ଯୋଗୁଁ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ  ଠିକ୍ ଭାବରେ ବିକାଶ ହୋଇପାରୁନାହିଁ । ସେଥିପାଇଁ ସାଧାରଣ ରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ନୟାଗଡ ଜିଲ୍ଲା ର ଚାରି ଗୋଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ  ନୟାଗଡ, ରଣପୁର, ଦଶପଲ୍ଲା, ଏବଂ ଖଣ୍ଡପଡ଼ା ଏହି ଚାରୋଟି ନିର୍ବାଚନ ମଣ୍ଡଳୀରୁ ‌ଖଣ୍ଡପଡା ନିର୍ବାଚନ ମଣ୍ଡଳୀ କୁ ବିଜୁଜନତା ଦଳ ସାବତ ନିର୍ବାଚନ ମଣ୍ଡଳୀରୂପେ ଗ୍ରହଣ କରିନେଇଛି ବୋଲି ସାଧାରଣରେ ଆଲୋଚନା ହେଉଛି।ଫଳରେ ଅନ୍ୟ ତିନୋଟି ନିର୍ବାଚନ ମଣ୍ଡଳୀରେ ନେତୃତ୍ବ ପରିବର୍ତ୍ତନ ହେଉନଥିବା ବେଳେ ଖଣ୍ଡପଡ଼ା ର ବିଜୁଜନତା ଦଳ ବାରମ୍ବାର ପ୍ରତ୍ୟେକ ନିର୍ବାଚନ ରେ ନେତୃତ୍ବ ପରିବର୍ତ୍ତନ କରିଚାଲିଛି। ସେଥିପାଇଁ ନିର୍ବାଚିତ ହେଉଥିବା ବିଧାୟକ ମାନେ ଖଣ୍ଡପଡ଼ା ର ବିକାଶ ପ୍ରତି ଧ୍ୟାନ ନଦେଇ ନିଜର ସ୍ବାର୍ଥ ପ୍ରତି ଧ୍ୟାନଦେଇ ନିଜର ବ୍ୟକ୍ତିଗତ ଫାଇଦା କିପରି ହେବ ସେଥିପ୍ରତି ଧ୍ୟାନ ଦେଉଛନ୍ତି। ଫଳରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ବିକାଶ ଠପ୍ ହେଉଥିବା ରୁ ସାଧାରଣ ରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ସାଧାରଣ ଭୋଟର ମାନେ ମତ ପ୍ରକାଶ କରିଛନ୍ତି। ନୟାଗଡ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୮/୪/୨୦୨୪--୬,୪୬ Sakhigopal News,28/4/2024

ads

Blog Archive

Popular Posts