ads

Breaking News

କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠ କୁ ରେମଣ୍ଡା ପଞ୍ଚାୟତର କର୍ମୀ ମାନଙ୍କ ଦ୍ୱାରା ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା


ବରଗଡ଼ ---ବରଗଡ ଜିଲ୍ଲା ରେମଣ୍ଡା ଗ୍ରାମ ଠାରେ ଅତାବିରା ନିର୍ବାଚନ ମଣ୍ଡଳୀ ଅଖିଳ ଭାରତୀୟ କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠ କୁ ରେମଣ୍ଡା ପଞ୍ଚାୟତର କଂଗ୍ରେସ କର୍ମୀ ମାନଙ୍କ ଦ୍ୱାରା ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ରେମଣ୍ଡା ବୀରସୁରେନ୍ଦ୍ର ସାଏ ମଣ୍ଡପ ଠାରେ ବରିଷ୍ଠ କଂଗ୍ରେସ କର୍ମୀ ଜାପାନୀ ସାହୁ, ଶରତ ସରାଫ ଚମରା ମେହେର, ସଞ୍ଜୟ ନନ୍ଦ ସନ୍ତୋଷ ସାହୁ, ନନ୍ଦିଘୋଷ ସାଥୁଆ, କୀର୍ତନ ପଟେଲ ପ୍ରଦୀପ ସାଥୁଆ, ବୃନ୍ଦାବନ ମେହେର, ଦୀନବନ୍ଧୁ ମେହେର ଅଲେଖ ସାହୁ, ପ୍ରଦୀପ ମହାପାତ୍ର, ଇନ୍ଦ୍ରଜିତ ପାତ୍ର ଉମାକାନ୍ତ ହଟେଇ, ରାମକୃଷ୍ଣ ବାରିକ ଓ ସହଁରାପଡ଼ା ର ଯୁବଗୋଷ୍ଟୀ ଓ ଗ୍ରାମର ବହୁସଂଖ୍ୟକ କଂଗ୍ରେସ କର୍ମୀ ଫୁଲତୋଡା ଦେଇ ପାଛୋଟି ନେଇଥିଲେ। କଂଗ୍ରେସ କର୍ମୀ ମାନେ ବିଧାୟକ ପ୍ରାର୍ଥୀ ଅଭିଶେକ ସେଠ ଙ୍କୁ ହାତ ଚିହ୍ନ କୁ ମଜଭୁତ କରିବା ପାଇଁ ସଂକଳ୍ପ ନେଇଥିଲେ। ପରିଶେଷରେ ଜୟକୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୯/୪/୨୦୨୪---୯,୧୦ Sakhigopal News,19/4/2024

ads

Blog Archive

Popular Posts