ads

Breaking News

ଓଡ଼ିଆ ନବବର୍ଷ ତଥା ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଥଣ୍ଡା ପାନୀୟ ଜଳ ଉଦଘାଟିତ



ଭଞ୍ଜନଗର-- ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ବି.ଡି.ପୁର ଗ୍ରାମ ପଞ୍ଚାୟତ ଭବନ ଠାରେ ଆଗକୁ ଥିବା ପ୍ରଚଣ୍ଡ  ଗ୍ରୀଷ୍ମ ପ୍ରବାହକୁ ଦୁଷ୍ଟି ରେ ରଖି  ପଞ୍ଚାୟତ କାର୍ଯ୍ୟାଳୟ କୁ ବିଭିନ୍ନ ହିତାଧିକାରୀ ମାନେ ଭତ୍ତା, ଚାଉଳ ଇତ୍ୟାଦି କାମ ରେ  ଆସୁଥିବା ରୁ ସେମାନଙ୍କ ପାଇଁ ନୂତନ ଏକ ୮୦ ଲିଟର କ୍ଷମତା ବିଶିଷ୍ଟ ଉଷା କମ୍ପାନୀ ସ୍ୱଚ୍ଛ ଥଣ୍ଡା ପାନୀୟ ଜଳ ସଂଯୋଗି କରଣ କରାଯାଇଛି ।  ଏଥି ସହିତ ପାଣି ବିଶୋଧନ ପାଇଁ ଏକ ଆକ୍ୱାଗାର୍ଡ ଫିଲ୍ଟର ମଧ୍ୟ ସଂଯୋଗି କରଣ କରାଯାଇଛି । ଏହା ଦ୍ୱରା ପଞ୍ଚାୟତ କୁ ଆସୁଥିବା ବୃଦ୍ଧ,ବୃଦ୍ଧା ଓ ସାଧାରଣ ଲୋକ ମାନେ  ଗ୍ରୀଷ୍ମ ଦାଉ ରୁ ରକ୍ଷା ପାଇବା ପାଇଁ ପାନୀୟ ଜଳ ର ଅଭାବ ଅସୁବିଧା ଦୂରୀଭୂତ ହୋଇଛି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟା ରେ ଯୁବକ ସାଧାରଣ ଲୋକ ଯୋଗଦେଇଥିଲେ । ଉକ୍ତ ସ୍ୱଚ୍ଛ ଥଣ୍ଡା ପାନୀୟ ଜଳ ପିଇବା ସଙ୍ଗେ ସଙ୍ଗେ ଆନନ୍ଦ ମନାଇ ଥିଲେ । ଏହି ଭଳି  ସାମାଜିକ କାର୍ଯ୍ୟକ୍ରମ ପଞ୍ଚାୟତ ରେ କରିଥିବା ରୁ ଜନସାଧାରଣ ପଞ୍ଚାୟତ ର କର୍ମଚାରୀ ଓ ଜନ ପ୍ରତିନିଧି ମାନଙ୍କୁ  ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୪/୨୦୨୫--୮,୪୫ Sakhigopal News,15/4/2024

ads

Blog Archive

Popular Posts