ads

Breaking News

ଲୋକସଂସ୍କୃତି ,ସଂକୀର୍ତ୍ତନ ସହିତ ସାରଙ୍ଗଯୋଡି ଦୋଳମେଳଣ ପାଇଁ ପ୍ରସ୍ତୁତି ବୈଠକ



ସାକ୍ଷୀଗୋପାଳ---- ସତ୍ୟବାଦୀର ପୁରାତନ ଦୋଳମେଳଣ ମଧ୍ୟରେ ସାରଙ୍ଗଯୋଡି ଦୋଳମେଳଣ ବେଶ ପରିଚିତ । ମଇମାସ ୫ତାରିଖରେ ଏହି ମେଳଣ ଜମାଣହୋଇ ୭ ତାରିଖରେ ଶେଷ ହେବ । ଏହି ଅବସରରେ ଲୋକକଳା ଗ୍ରାମ ସାରଙ୍ଗଯୋଡିର ଦୁଇ ଅଗ୍ରଣୀ କଳା ଅନୁଷ୍ଠାନ  ମା କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟନୃତ୍ୟୁ ପରିଷଦ ଓ କୈଳାସ ଗୋଟିପୁଅ ଓଡିଶୀ ନୃତ୍ୟୁ ପରିଷଦ ପକ୍ଷରୁ ୭ ତାରିଖରେ ସଂକୀର୍ତ୍ତନ ଓ ଲୋକସଂସ୍କୃତି ମହୋତ୍ସବ ପାଳନ କରାଯିବ ବୋଲି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସାରଙ୍ଗଯୋଡି ମେଳଣ ପଡିଆ ସ୍ଥିତ ଶ୍ରୀ ପତିତପାବନ ଠାକୁରଙ୍କ ମନ୍ଦିର ପରିସର;ରେ ଅନୁଷ୍ଠିତ ହୋଇଥିଲା ।  ଦୋଳମେଳଣ କମିଟିର ସଭାପତି କେଦାରନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ରମେଶଚନ୍ଦ୍ର ପଲେଇ, ଲକ୍ଷ୍ମୀଧର ମିଶ୍ର, ମହାଦେବ ମିଶ୍ର, ଅଜୟ କୁମାର ମିଶ୍ର, ରବିନାରାୟଣ ଦାସ, କୃଷ୍ଣଚନ୍ଦ୍ର ଦୀକ୍ଷିତ, କୁନିଆ ପଲେଇ, ପୂର୍ଣ୍ଣଚନ୍ଦ୍ର ନାୟକ, କୃଷ୍ଣଚନ୍ଦ୍ର ନାୟକ, ଧୂଳିଆ ନାୟକ,ଅଭିମନ୍ୟୁ ନାୟକ, କବିପ୍ରସାଦ ପଲେଇ, ସୁଜିତ କୁମାର ସାହୁ, ସନାତନ ସାହୁ, ଜୟକୃଷ୍ଣ ମହାପାତ୍ର, ମାଧବ ଭୋଇ,ବୃନ୍ଦାବନ ବେହେରାଙ୍କ ସମେତ ଦେଶକୋଠରଅନେକ ସଦସ୍ୟ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୪/୨୦୨୪----୬,୧୦    Sakhigopal News, 25/4/2024

ads

Blog Archive

Popular Posts