ads

Breaking News

ବିଦ୍ୟୁତ ଟ୍ରାନ୍ସଫର୍ମର ଏବେବି ମୁକୁଳା ପଡ଼ିଛି, ବିପଦକୁ ନିମନ୍ତ୍ରଣ କରୁଛି


ବରଗଡ଼ --- ବରଗଡ ଜିଲ୍ଲା ରେମଣ୍ଡା ପଞ୍ଚାୟତର ଭୋଇପାଲି, ରେମଣ୍ଡା ଗ୍ରାମର ବଡକଟା, ଗୁଢେଲବନ୍ଧ ନିକଟରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଗୁଡିକ ବିନା ପାଚେରୀ ତଥା ବିଦ୍ୟୁତ ତାର ଗୁଡିକ ମୁକୁଳା ଅବସ୍ଥା ରହିଛି। ଏହି ରାସ୍ତା ଦେଇ ସଦାସର୍ବଦା ଜନସାଧାରଣ ଓ ଗାଈ,ଗୋରୁ ଯିବା ଆସିବା କରିଥାନ୍ତି। ଗତକାଲି ଭୋଇପାଲି ଠାରେ ଏକ ଶିଶୁ ଖେଳୁ ଖେଳୁ ଉକ୍ତ ଟ୍ରାନ୍ସଫର୍ମର ନିକଟକୁ ଚାଲି ଯାଇଥିଲା ।ଉକ୍ତ ସମୟ ରେ ସୁବାଷ ଭୋଇ ନାମକ ଏକ ବ୍ଯକ୍ତି ଉକ୍ତ ଶିଶୁକୁ ଅଘଟଣ ଘଟିବା ଆଗରୁ ଉଦ୍ଧାର କରିଥିଲେ । ଦେଖି ନଥିଲେ ବଡ ଅଘଟଣ ଘଟିଥାଆନ୍ତା ବୋଲି ଭୋଇପାଲି ଗ୍ରାମରେ ସାଧାରଣ ରେ ଚର୍ଚ୍ଚା ହେଉଛି। ଏହାର ପାଚେରୀ କିମ୍ବା ବାଡ ଦେବା ନିମନ୍ତେ ବରଗଡ ବିଦ୍ୟୁତ ବିଭାଗର ଉପରିସ୍ଥ ଅଧିକାରୀ ମାନେ ତୁରନ୍ତ  ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଭୋଇପାଲି ଓ ରେମଣ୍ଡା ଗ୍ରାମବାସୀ ମାନେ ଦାବି କରିଛନ୍ତି । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୮/୪/୨୦୨୪----୯,୨୦ Sakhigopal News,18/4/2024

ads

Blog Archive

Popular Posts