ads

Breaking News

କୂଅରେ ପଡି ୩ ବର୍ଷର ଝିଅ ମୃତ




ଭଞ୍ଜନଗର--- : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧୀନ କଳିଙ୍ଗପଦର ଗ୍ରାମ ନିକଟ ବାଘୁଆ ସାହିରେ ଏକ କୂଅରେ ପଡି  ୩ ବର୍ଷର ଝିଅର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣକ ହେଲେ ଗ୍ରାମର ଦୁଖୀଶ୍ୟାମ ସାହୁଙ୍କ ଝିଅ ପ୍ରୀୟାଂଶି ସାହୁ। ଶନିବାର ଅପରାହ୍ନ ସମୟରେ ସେ ଗ୍ରାମରେ ଖେଳୁଥିବା ସମୟରେ କୂଅରେ ପଡି ମୃତ୍ୟୁ ହୋଇଥିବା  ଝିଅର ବାପା ଦୁଃଖୀଶ୍ୟାମ କହିଛନ୍ତି। କିଛ ସମୟପରେ ଝିଅ ଘରକୁ ନଆସିବାରୁ ପରିବାର ଲୋକେ ତାକୁ ନପାଇ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ ମଧ୍ୟ ତାର ସନ୍ଧାନ ମିଳିନଥିଲା। ଏହାପରେ ଏକ  କୂଅରେ ସେ ପଡିଥିବା ଦେଖି ସେଠାରୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ଆଣିଥିଲେ। ସେଠା ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୪/୨୦୨୪----୯,୧୦ Sakhigopal News,13/4/2024

ads

Blog Archive

Popular Posts