ads

Breaking News

ପୁରୀ ଜିଲ୍ଲା ସ୍ତରୀୟ ସମିତି ସଭ୍ୟ ସଭ୍ୟାଙ୍କ ପରିବାର ପକ୍ଷରୁ ତୁତୀୟ ବାର୍ଷିକ ସମ୍ମଳନୀ ଓ ବନ୍ଧୁ ମିଳନ




ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଛକ ନିକଟ ସ୍ୱର୍ଣ୍ଣ ମଣ୍ଡପ ପରିସରରେ ପୁରୀ ଜିଲ୍ଲା ସ୍ତରୀୟ ସମିତି ସଭ୍ୟ ସଭ୍ୟାଙ୍କ ପରିବାର ପକ୍ଷରୁ ତୁତୀୟ ବାର୍ଷିକ ସମ୍ମଳନୀ ଓ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ଅତିଥି ଭାବେ ସତ୍ୟବାଦୀ ପଞ୍ଚାୟତ ସମିତିର ଅଧ୍ୟକ୍ଷ ତଥା ସମିତିସଭ୍ୟ ସଭ୍ୟାଙ୍କ ପରିବାର ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ସୁନୀଲ କୁମାର ପଣ୍ଡା, ରାଜ୍ୟ କାର୍ଯ୍ୟକାରିତା ସଭାପତି ଅଜିତ କୁମାର ଶ୍ରୀଚନ୍ଦନ, ଅନୁଷ୍ଠାନର ଉପସଭାପତି ବୈଦ୍ୟନାଥ ବେହେରା, ବସନ୍ତ ସାହୁ,  ପୁରୀ ଜିଲ୍ଲା କାର୍ଯ୍ୟକାରୀ ସଭାପତି କର୍ତ୍ତବ୍ୟରାଜ ସ୍ୱାଇଁ, ରାଜ୍ୟ ସଭାପତି ସମୌରେନ୍ଦ୍ର ଦୀକ୍ଷିତ, ପୁରୀ ଜିଲ୍ଲାର ସଦର ବ୍ଳକର ଅଧ୍ୟକ୍ଷ ଦିବାକର ପାତ୍ର, ପିପିଲି ବ୍ଳକର ଅଧ୍ୟକ୍ଷା ଦେବସ୍ମିଷ୍ଠା ନନ୍ଦ, ଗୋପ ବ୍ଳକର ଅଧ୍ୟକ୍ଷା ଝୁନା ମଲ୍ଲିକ, ଜ୍ୟୋତି ରଞ୍ଜନ ନାୟକ, ସତ୍ୟବାଦୀ ବ୍ଳକର ସମିତିସଭ୍ୟସଭ୍ୟାଙ୍କ ପରିବାରର ସଭାପତି ଦୀପକ ଶତପଥି, ଉପଦେଷ୍ଠା ବିଜୟ କୁମାର ସାହୁ, ଜାନକୀ ଦେବୀଙ୍କ ସହିତ ପୁରୀ ଜିଲ୍ଲାର ବିଭିନ୍ନ ବ୍ଳକର ସମିତିସଭ୍ୟା ଯୋଗ ଦେଇଥିଲେ । ଏହା ସହିତ ଅନ୍ୟ ଜିଲ୍ଲାରୁ ନିମନ୍ତ୍ରିତ ଅତିଥି ଭାବେ ତଥା ରାଜ୍ୟ ସ୍ତରୀୟ କର୍ମମର୍ତ୍ତା ମାନେ ଏହି ସମ୍ମଳନୀରେ ଯୋଗ ଦେଇ ରାଜ୍ୟ ସରକାର ସେମାନଙ୍କର ଦାବୀ କିଛି ମାତ୍ରାରେ ପୂରଣ କରିଛନ୍ତି । ମାତ୍ର ସେମାନଙ୍କୁ ସଠିକ ନ୍ୟାୟ ମିଳିନାହିଁ ବୋଲି କିଛି ସମିତିସଭ୍ୟସଭ୍ୟା ମାନେ ମତ ରଖିଥଲେ । ବିଭିନ୍ନସଂଘ ଏକ ହୋଇ ରହିପାରୁଥିଲେ ମଧ୍ୟ ଆମ ସଂଘ ଏକ ହୋଇ ପାରୁନାହିଁ । ଏଣୁ ଯିଏ ଯେଉଁ ଦଳର ହେଉନା କାହିଁକି ପରିବାର କଥା ଉଠିଲେ ଆମେ ସମସ୍ତେ ଏକ ହୋଇ କାମ କରିବା ପାଇଁ ଅତିଥି ମାନେ ମତ ପ୍ରକାଶ କରିଥିଲେ । ଆଜି ଯେଉଁ ଆମର ବିଜୟ ହୋଇଛି  ସେଥିପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନଙ୍କ ଯୋଗୁ ହୋଇ ପାରିଛି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରୁ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ । ପୁରୀ ଜିଲ୍ଲାର କାର୍ଯ୍ୟକାରୀଣି ସଭାପତି ଶ୍ରୀ କର୍ତ୍ତବିରାଜ ସ୍ୱାଇଁ  ସଭାରେ ସଭାପତିତ୍ୱ କରିଥିଲେ । ପୁରୀ ଜିଲ୍ଲାର ସାଧାରଣ ସମ୍ପାଦକ ବୀରେନ୍ଦ୍ର କୁମାର ଦାସ ସଭାଟିକୁ ସଂଯୋଜନା କରିଥିଲେ । ଧୀରେନ୍ଦ୍ର ବେହେରା ଧନ୍ୟବାଦ ଦେଇଥିଲେ । ଏହି ସମ୍ମଳନୀକୁ ଆୟୋଜନ କରିଥିଲେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା । ସହଯୋଗ କରିଥିଲେ ବସନ୍ତବିଶ୍ୱାଳ, ଲିଙ୍ଗରାଜ ସ୍ୱାଇଁ, ଜ୍ୟୋତିମୟୀ ପଣ୍ଡା, ଦୀପକ ଶତପଥି, ପୁଷ୍ପାଲତା ସାହୁ, ଝୁନି ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୪/୨୦୨୪ , ୮,୨୦     Sakhigopal News, 10/4/2024

ads

Blog Archive

Popular Posts