ads

Breaking News

ଜଟଣୀ ନିର୍ବାଚନର ୧୨ ନଂ ୱାର୍ଡରେ ବିଜେପି ସ୍ଥାନୀୟ କର୍ମୀଙ୍କ ଦ୍ୱାରା ପଦଯାତ୍ରା ଅନୁଷ୍ଠିତ




ଜଟଣୀ -- ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଟଣୀ ନିର୍ବାଚନର ୧୨ ନଂ ୱାର୍ଡରେ ବିଜେପି ସ୍ଥାନୀୟ କର୍ମୀଙ୍କ ଦ୍ୱାରା ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ପଦଯାତ୍ରାରେ ବିଜେପି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଓ ଜଟଣୀ ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ବିଶ୍ୱରଂଜନ ବଡ଼ଜେନା ଯୋଗଦେଇଥିଲେ । ଉପସ୍ଥିତ ଜନସାଧାରଣଙ୍କୁ ସେମାନଙ୍କର ମୌଳିକ ସମସ୍ୟା ଦୁରକରିବାରେ ବିଫଳ ବିଜେଡ଼ି ସରକାର କୁ ହଟାଇ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଗଢ଼ିବା ସହିତ ଓଡ଼ିଶାରେ ଡବଲ ଇଂଜିନ ଗଢିବାକୁ ହେଲେ ବିଜେପି କୁ ପଦ୍ମଫୁଲ ଚିହ୍ନ ରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ l ବିଜେପି ସରକାରଙ୍କ ଜନହିତକାରୀ ଯୋଜନା ବିଷୟରେ ଜନସାଧାରଣଙ୍କୁ ବାର୍ତ୍ତାଦେବା ଉଦ୍ଦେଶ୍ୟରେ ଏହି ପଦଯାତ୍ରା କରାଯାଇଥିଲା l ଏହି ପଦଯାତ୍ରା ବହୁ ଦଳୀୟ କାର୍ଯ୍ୟକର୍ତ୍ତା ସହ ଅନେକ ମହିଳା ମାନେ ସାମିଲ ହୋଇଥିବାର ଦେଖାଯାଇଥିଲା ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୪/୨୦୨୪----୧୨,୧୦ Sakhigopal News,27/4/2024

ads

Blog Archive

Popular Posts