ads

Breaking News

ଆମ ପରିବାର ଚକ୍ର ପକ୍ଷରୁ ସ୍ବଚ୍ଛତା ହିଁ ସେବା ଅଭିଯାନ



ବାଙ୍କୀ--- ଚକାପଦା ଗ୍ରାମରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଭୂତନାଥ ମନ୍ଦିର ପରିସରରେ ସଫେଇ ଅଭିଯାନ ଆରମ୍ଭ ହୋଇଛି।  ଆମ ପରିବାର ଚକ୍ରର ପ୍ରତିଷ୍ଠାତା କୁମାର ଅମୀୟ ବୁଲୁ ବାବାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଦର୍ଶ ଯୁବ ପରିଷଦର ଆବାହକ ଅକ୍ଷୟ କୁମାର  ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ତଥା ସ୍ଥାନୀୟ ସଂଗଠକ ପ୍ରଦୀପ କୁମାର ଜେନା, ପ୍ରଶିକ୍ଷକ ତଥା ସମାଜସେବୀ ଲଲାଟେନ୍ଦୁ ପଣ୍ଡା, ରାକେଶ ରୋଶନ ଚୌଧୁରୀ, ରାଜେଶ କୁମାର ନନ୍ଦ, ସଭାପତି ନିରଞ୍ଜନ ପଣ୍ଡା, ଶଶୀଭୂଷଣ ତ୍ରିପାଠୀ, ବଳଭଦ୍ର ରଣା,  ଲକ୍ଷ୍ମୀ ପ୍ରିୟା ଦାଶ,  ସସ୍ମିତା ଦାଶ,  ମାମା ଦାଶ ପ୍ରମୁଖ ଉକ୍ତ ସ୍ବଚ୍ଛତା ହିଁ ସେବା ଅଭିଯାନରେ ନିଜର ଶ୍ରମଦାନ କରି ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଏବଂ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକୁ ସମ୍ମାନ ଜଣାଇ ଯୁବପିଢ଼ି ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ସମାଜ ତଥା ରାଷ୍ଟ୍ରପ୍ରତି ନିଜର  କର୍ତ୍ତବ୍ୟବୋଧ, ଦାୟିତ୍ବ ସମ୍ବନ୍ଧୀୟ ବୁଲୁବାବା ନିଜ ବକ୍ତବ୍ୟରେ ପରିପ୍ରକାଶ କରିଥିଲେ । ଭୂତନାଥ ମନ୍ଦିରର ମହନ୍ତ ଉପେନ୍ଦ୍ର ରଣା ଧନ୍ୟବାଦ ଅର୍ପଣ କରିଥିଲେ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,

ads

Blog Archive

Popular Posts