ads

Breaking News

ଏନ.ସି.ସି ନାଭାଲ ୟୁନିଟର ରେଙ୍କ ସେରିମିନି


ବରଗଡ଼ --- ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ପରିସର ରେ ଏନ.ସି.ସି ନାଭାଲ ୟୁନିଟରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ  କ୍ଯାଡେଟ ମାନଙ୍କୁ ରେଙ୍କ ବଣ୍ଟନ କରାଯାଇଥିଲା। ଉତ୍ସବରେ ନୈାସେନାର ପିଓ.କମ୍ ପୃଥିବୀ ରାଜ ବିଶ୍ବାଳ,  ସିଟିଓ ସରୋଜ କୁମାର ନାୟକ ପ୍ରାଧ୍ୟାପକ ଅଶୋକ ମହାନ୍ତି ଉପସ୍ଥିତ ରହିଥିଲେ। ଏଥିରେ କ୍ୟାଡେଟ କ୍ୟାପଟେନ ଭାବରେ ନାରାୟଣୀ ବେହେରା,ପିଓ କ୍ୟାଡେଟ ରେ ରୋସିନୀ ତ୍ରିପାଠୀ ଓ ନିତିଶ କୁମାର ଖଡିଆ, ଲିଡିଙ୍ଗି କ୍ୟାଡେଟ ଭାବରେ ରାହୁଲ ମହାକୁର ଓ ଶୁଭଶ୍ରୀ ରଥଙ୍କୁ ରେଙ୍କ ମିଳିଅଛି। ଅବସର ରେ  ପୂର୍ବତନ ଛାତ୍ର ମୁକେଶ ସାହାଣୀ, ଅଧ୍ୟାପକ ପବିତ୍ର ମାହାଣା, ପ୍ରଦୀପ ପଣ୍ଡା, ଶିଶିର ସାହୁ, ଲକ୍ଷ୍ମୀ ମଲ୍ଲିକ, ଅଙ୍କିତା ପଣ୍ଡା, ତାରାଚାନ୍ଦ କଣ୍ଟା ପ୍ରମୁଖ ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୬/୧୦/୨୦୨୩---୮,୫୫ Sakhigopal News,16/10/2023

ads

Blog Archive

Popular Posts