ads

Breaking News

କେ ଏସ୍ ୟୁ ବି କଲେଜ ବାଣିଜ୍ୟ ବିଭାଗର ପାଠଚକ୍ର

 

ଭଞ୍ଜନଗର---- ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ପକ୍ଷରୁ ଆଜି ପରିଚୟ କାର୍ଯ୍ୟକ୍ରମ ହୋଇଥିଲା।ଏହାପୂର୍ବରୁ ଅର୍ଥନୀତି ଓ ବୈଷୟିକ ଜ୍ଞାନ କୌଶଳ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି।  ଏଥିରେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ଅଧ୍ୟକ୍ଷତା କରିଥିଲେ। ବିଭାଗୀୟ ମୁଖ୍ଯ ଅଧ୍ୟାପକ ସୁନୀଲ କୁମାର ଦାସ ସ୍ଵାଗତ ଭାଷଣ ଦେବାସହ ପରିଚୟ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ।  ବାଣିଜ୍ୟ ବିଭାଗର ଅବସରପ୍ରାପ୍ତ ମୁଖ୍ଯ ପ୍ରାଧ୍ୟାପକ ବିଭୂତି ଭୂଷଣ ପାଣିଗ୍ରାହୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ। ସଂଦର୍ଭ ଟିକୁ ଛାତ୍ରୀ ଜେ ଅଲିଶା ପୃଷ୍ଟି, ଛାତ୍ର  ଆଦିତ୍ୟ ଜେନା ପଠନ କରିଥିଲେ।  ତାଙ୍କୁ ବିଭାଗୀୟ ଅଧ୍ୟାପିକା ଜ୍ୟୋତି ରାଣୀ ଗୁପ୍ତା ସହଯୋଗ କରିଥିଲେ। ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପିକା ଆରତି ବାଳା ପ୍ରଧାନ, ଶୈକ୍ଷିକ ପରିଷଦ ସମ୍ପାଦକ ପ୍ରାଧ୍ୟାପକ ବିଭାସ ଦାସ, ଅଧ୍ୟାପକ ହରିଶ ଭଟ୍ଟର , ଦୁର୍ଗାପ୍ରସାଦ ସାହୁ ଅତିଥି ଭାବେ ଯୋଗଦେଇଥିଲେ।  ଅଧ୍ୟାପିକା ଜ୍ୟୋତି ରାଣୀ ଗୁପ୍ତା ସଭାକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ରଜନୀ କାନ୍ତ ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ।  ଏହି ଅବସରରେ ଛାତ୍ରୀ ଛାତ୍ର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ,୧୭/୧୦/୨୦୨୩----୮,୩୫ Sakhigopal News,17/10/2023

ads

Blog Archive

Popular Posts