ads

Breaking News

ଅନ୍ବେଷା ହଷ୍ଟେଲ ଅଚାନକ ପରିଦର୍ଶନ କଲେ ଭଞ୍ଜନଗର ଉପ-ଜିଲ୍ଲାପାଳ



ଭଞ୍ଜନଗର--- ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତିଶଙ୍କର ରାୟ  ଅଚାନକ ଅନ୍ଵେଷା  ହଷ୍ଟେଲ ଭଞ୍ଜନଗର  ପରିଦର୍ଶନ କରିଛନ୍ତି । ତାଙ୍କ ସହିତ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ନିହାର ରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ। ସେ ହଷ୍ଟେଲ ପରିଦର୍ଶନ କରିବା ସହିତ ଅନ୍ତେବାସୀ ମାନନଙ୍କ ସହିତ କଥୋପକଥନ କରି ତାଙ୍କର ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। st. Xaviers School ର ଅନ୍ତେବାସୀ ମାନେ ଅଭିଯୋଗ କରିଥିଲେ ଯେ ଯେହେତୁ ସେମାନେ ହଷ୍ଟେଲରେ ପହଞ୍ଚିଲା ବେଳକୁ ଅପରାହ୍ନ ୪ ଘଟିକା ହୋଇଯାଉଛି ତେଣୁ ସେମାନଙ୍କର ମଧ୍ୟାନ୍ନ ଭୋଜନ ଖାଇବାରେ ବିଳମ୍ବ ହେଉଛି ।  ମଧ୍ୟାନ୍ନ ଭୋଜନ ର ସମୟ ପରିବର୍ତ୍ତନ କରିବା ପାଇଁ ଅନୁରୋଧ କରିଥିଲେ। ହଷ୍ଟେଲ କୁ ସଂଯୋଗ କରୁଥିବା ରାସ୍ତା ହଷ୍ଟେଲ ପରିସର  ର ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ଗମନାଗମନ ପାଇଁ ବହୁତ ଅସୁବିଧା ହେଉଛି।  ଉପଜିଲ୍ଲାପାଳ ଶ୍ରୀ ରାୟ ରାସ୍ତାର ଉନ୍ନତି କାରଣ ପାଇଁ ବିଭାଗୀୟ କର୍ତୃପକ୍ଷ୍ୟଙ୍କୁ ଅବଗତ କରାଇ ଏହାର ର ତୁରନ୍ତ ସମାଧାନ ହେବ ବୋଲି କହିଥିଲେ। ଉପଜିଲ୍ଲାପାଳ ଶ୍ରୀ ରାୟ ହଷ୍ଟେଲ ପରିଚାଳନାରେ ସନ୍ତୋଷ ବ୍ୟକ୍ତ କରିଥିଲେ ଓ ହଷ୍ଟେଲର  ପରିଷ୍କାର, ପରିଚ୍ଛନ୍ନତା ଓ ଅନ୍ତେବାସୀ ମାନଙ୍କ ଖାଦ୍ୟ ପେୟ ପ୍ରତି ବିଶେଷ ଗୁରୁତ୍ଵ ଦେବା ପାଇଁ ହଷ୍ଟେଲ କର୍ମଚାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ।


ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ,୯/୧୦/୨୦୨୩----୮,୫୫ Sakhigopal News ,9/10/2023

ads

Blog Archive

Popular Posts