ads

Breaking News

ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ଵାରା ରେଳ ବ୍ୟବହାରକାରୀଙ୍କ ପରାମର୍ଶଦାତା କମିଟି (DRUCC) ବୈଠକ ଅନୁଷ୍ଠିତ

 

 ଜଟଣୀ -ଅଫିସର ରେଷ୍ଟ ହାଉସରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା ରେଳ ବ୍ୟବହାରକାରୀଙ୍କ ପରାମର୍ଶଦାତା କମିଟି (DRUCC) ବୈଠକ  ଆୟୋଜିତ ହୋଇଥିଲା | ଖୋର୍ଦ୍ଧା ରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ଏଚ୍.ଏସ୍.ବାଜୱାଙ୍କ ଅଧ୍ୟକ୍ଷତାରେ ଏହି ବଠକ ଅନୁଷ୍ଠିତ ହୋଇଥିଲା। କମିଟିର ସଚିବ ତଥା  ବରିଷ୍ଠ ମଣ୍ଡଳ ବାଣିଜ୍ୟକ ପ୍ରବନ୍ଧକ ଶ୍ରୀ ଅମିତେଶ ଆନନ୍ଦ ଏହି ସଭାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ରେଳ ବ୍ୟବହାରକାରୀଙ୍କ ସୁବିଧା ପାଇଁ ରେଳ ମଣ୍ଡଳ ଦ୍ୱାରା ଆରମ୍ଭ ହୋଇଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପ ଏବଂ ଯାତ୍ରୀଙ୍କ ସୁବିଧା ସମ୍ବନ୍ଧରେ ସଂକ୍ଷିପ୍ତ ବର୍ଣ୍ଣନା କରିଥିଲେ।  ଏହି ଅବସରରେ ଶ୍ରୀ ଏଚ୍.ଏସ୍.ବାଜୱା ଯେ ରେଳ ବ୍ୟବହାରକାରୀଙ୍କୁ ଆବଶ୍ୟକୀୟ ସେବା ପ୍ରଦାନ କରିବା ପାଇଁ DRUCC ସଦସ୍ୟଙ୍କ ମୂଲ୍ୟବାନ ମତ ଏବଂ ପରାମର୍ଶ ଅତ୍ୟନ୍ତ ଜରୁରୀ ଅଟେ ବୋଲି ମତ ବ୍ୟକ୍ତ କରି ଥିଲେ। କମିଟିର ସଦସ୍ୟମାନେ, ଯାତ୍ରୀଙ୍କ ସୁବିଧା ତଥା ଯାତ୍ରୀ ସେବାର ବିଷୟର ବିଭିନ୍ନ, ଯଥା,  କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ଟ୍ରେନର ଅତିରିକ୍ତ ରହଣି, କିଛି ଟ୍ରେନର ସମ୍ପ୍ରସାରଣ / ମାର୍ଗ ପରିବର୍ତନ, କିଛି ରେଳ ଷ୍ଟେସନର ନାମ ପରିବର୍ତ୍ତନ, ପାର୍କିଂ କ୍ଷେତ୍ରର ବ୍ୟବସ୍ଥା, ଲେନିନଗୁଡିକର ସଠିକ୍ ସଫା କରିବା ଇତ୍ୟାଦି ବିଷୟରେ ବିଭିନ୍ନ ପରାମର୍ଶ, ସୁପାରିଶ ଏବଂ ଦାବି ଉପସ୍ଥାପନ କରିଥିଲେ | ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ବିଭିନ୍ନ ରେଳ ଷ୍ଟେସନରେ ଚାଲିଥିବା ପୁନନିର୍ମାଣ କାର୍ଯ୍ୟ ପାଇଁ କମିଟି ଖୋର୍ଦ୍ଧା ରୋଡ଼ ମଣ୍ଡଳକୁ ପ୍ରଶଂସା କରିଥିଲା | ଶ୍ରୀ ଏଚ୍.ଏସ୍.ବାଜୱା, ମଣ୍ଡଳ ରେଳ ପ୍ରବନ୍ଧକ, ଖୋର୍ଦ୍ଧାରୋଡ଼, ଡି. ଆର. ୟୁ. ସି. ସି ସଦସ୍ୟଙ୍କ ପରାମର୍ଶ, ସୁପାରିଶ ଏବଂ ଦାବିଗୁଡିକର ଉତ୍ତରରେ ନିଶ୍ଚିତ କରିଛନ୍ତି ଯେ ସମ୍ଭାବ୍ୟତା ଏବଂ ନିୟମ ଅନୁଯାୟୀ ଏହି କାର୍ଯ୍ୟଗୁଡିକ ତୁରନ୍ତ କାର୍ଯ୍ୟକ୍ଷମ କରାଯିବ ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ।
ଡିଆରୟୁସିସି ସଦସ୍ୟ, ଶ୍ରୀ ଆର.କେ.ଷଢ଼ଙ୍ଗୀ, ଶ୍ରୀ ଗୁରୁ ଚରଣ ରାୟ, ଶ୍ରୀ ଧର୍ମେଶ ନାୟକ, ଶ୍ରୀ ଶିଶିର କୁମାର ମିଶ୍ର, ଶ୍ରୀ ବିଶ୍ୱ ରଂଜନ ମହାନ୍ତି, ମହମ୍ମଦ ଫାରୁକ ଏବଂ ଶ୍ରୀ ପ୍ରତାପ କୁମାର ଚାମୁପତି, ଏହି ସଭାରେ ଉପସ୍ଥିତ ଥିଲେ। ଏହି ବୈଠକ ରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍) ଶ୍ରୀ କଲ୍ୟାଣ ପଟ୍ଟନାୟକ ଏବଂ ବିଭାଗର ଶାଖା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୧୦/୨୦୨୩---୮,୫୫ Sakhigopal News,11/10/2023

ads

Blog Archive

Popular Posts