ads

Breaking News

ପଦ୍ମଶ୍ରୀ ଡଃ ହଳଧର ନାଗଙ୍କ ଦ୍ୱାରା "କ୍ରାନ୍ତି ଓଡ଼ିଶା"କବିତା ପୁସ୍ତକ ଲୋକାର୍ପିତ



ବରଗଡ:-ଏକ ମନୋଜ୍ଞ ପରିବେଶ ମଧ୍ୟରେ ବରଗଡର ବରିଷ୍ଠ ସାମ୍ବାଦିକ ତଥା ସୁ-ସାହିତ୍ୟିକ ଶ୍ରୀ ପ୍ରଦୀପ ଭାନୁ ମହାନ୍ତିଙ୍କ କବିତା ସଙ୍କଳନ "କ୍ରାନ୍ତି ଓଡ଼ିଶା" କବିତା ପୁସ୍ତକ  ପଦ୍ମଶ୍ରୀ ଡଃ ହଳଧର ନାଗଙ୍କ କରକମଳରେ ଉଦଘାଟିତ ହେଇଯାଇଛି। ବରଗଡ ଜିଲ୍ଲା ଭେଡେନ ବ୍ଲକ କୁଦୋପାଲି ଠାରେ ଜନକଲ୍ୟାଣ ସଂସ୍ଥା ଏବଂ ଜି.ପି ମେମୋରିଆଲ ହୋଲିଷ୍ଟିକ ହସ୍ପିଟାଲ ର   ଶୁଭ ଶିଳାନ୍ୟାସ ଅବସରରେ ଜନକଲ୍ୟାଣ ସଂସ୍ଥାର ପ୍ରତିଷ୍ଠାତା ପ୍ରଫେସର ଡାକ୍ତର ସୁଶାନ୍ତ ପାଢ଼ୀ,କଟକ ଜିଲ୍ଲା ଆଠଗଡର ଡାକ୍ତର ଲଲାଟେନ୍ଦୁ ଦଲେଇ,ବରଗଡ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ, ଭବାନୀ ଶଙ୍କର ପାଢ଼ୀ, ବିଜୟ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ମହାନ୍ତିଙ୍କ ପ୍ରୟାସ କୁ ସାଧୁବାଦ ଜଣାଇଥିଲେ।"କ୍ରାନ୍ତି ଓଡ଼ିଶା" କବିତା ସଂକଳନ ଲୋକାର୍ପିତ ଅବସରରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ହଳଧର ନାଗ ନିଜ ବକ୍ତବ୍ୟରେ କ୍ରାନ୍ତି ଓଡ଼ିଶା ଫେସବୁକ (କଟକ)ର ଅଧିକାଂଶ କ୍ରାନ୍ତିକାରୀ କବିତା ସହ ନୂତନ କବି ମାନଙ୍କୁ ସୁଯୋଗ ଦେବା ସହିତ କେନ୍ଦ୍ରୀୟ ପ୍ରତିରକ୍ଷା ବିଭାଗର ମୁଖପତ୍ର "ସୈନିକ ସମାଚାର"ର ଅବଦାନ କୁ ଭୂୟସୀ ପ୍ରଶଂସା କରି କ୍ରାନ୍ତିଓଡିଶା ସମ୍ବାଦପତ୍ରର ସମ୍ପାଦକ ଅଭିଷେକ ଯୋଶୀଙ୍କ ଉଦ୍ୟମ କୁ ପ୍ରଶଂସା କରିଥିଲେ।ଏହି ଭବ୍ୟ କାର୍ଯ୍ୟକ୍ରମରେ ଓଡ଼ିଶା ତଥା ଓଡ଼ିଶା ରାଜ୍ୟ ବାହାରର ଇଲେଟ୍ରୋ ହୋମିଓ ପ୍ୟାଥି ଡାକ୍ତର ତଥା ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୧୦/୨୦୨୩---୮,୫୫ Sakhigopal News,10/10/2023

ads

Blog Archive

Popular Posts