ସତ୍ୟବାଦୀରେ ବିଜୁଜନତା ଦଳର ତିନିଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ
ସାକ୍ଷୀଗୋପାଳ ------ ସତ୍ଯବାଦୀ ନିର୍ବାଚନ ମଣ୍ଡଳୀର ବିଜୁଜନତା ଦଳ ପକ୍ଷରୁ ଏକ ତିନିଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। କର୍ମୀମାନେ ଐକ୍ଯବଦ୍ଧ ହୋଇ ସମସ୍ତ ଶକ୍ତି ଖଟାଇ ଲଢୁଆ ମନୋଭାବ ନେଇ କାମ କରିବାକୁ ପ୍ରଶିକ୍ଷଣ ଶିବିରରେ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ , ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ ସହିତ ଆସିଥିବା ଟ୍ରେନର ମାନେ ପରାମର୍ଶ ଦେଇଛନ୍ତି । ପୁରୀ ଜିଲା ସତ୍ଯବାଦୀ ବ୍ଲକଛକ ନିକଟ ସ୍ୱର୍ଣ୍ଣ ମଣ୍ଡପରେ ସତ୍ଯବାଦୀ ନିର୍ବାଚନ ମଣ୍ଡଳୀର ବିଜେଡି ଦଳର କର୍ମୀମାନଙ୍କୁ ନେଇ ମଙ୍ଗଳ ବାର ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି। ସତ୍ଯବାଦୀ ବ୍ଲକର ୨୪ଟି ପଞ୍ଚାୟତ ଓ କଣାସ ବ୍ଲକର ୨୪ଟି ପଞ୍ଚାୟତ ର ଛାମୁଆ ପୁରୁଷ ଓ ମହିଳା କର୍ମୀମାନେ ଶିବିରରେ ଯୋଗଦାନ କରିଥିଲେ । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ କର୍ମୀମାନଙ୍କୁ ଦଳୀୟ ଗୁରୁମନ୍ତ୍ର ଦେଇଥିଲେ । ରାଜ୍ୟ ସରକାରଙ୍କ ବା ବିଜେଡି ର ଜନକଲ୍ୟାଣ କାରୀ ଯୋଜନା ର ସଫଳତାର ବାର୍ତ୍ତା ପ୍ରତିଘରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ପ୍ରଶିକ୍ଷକ ଭାବେ ବାଲେଶ୍ଵର ଜୋନର ବିଜୁ ଯୁବ ବାହିନୀର ସଭାପତି ଜୟରାମ ଦାଶ ଓ ବିଶ୍ୱପ୍ରତାପ ସାହୁ ବିଜୁ ଛାତ୍ର ଜନତା ଦଳର ତଥା ରାଜ୍ୟ ୱ।କିଙ୍ଗର ସଭାପତି ଦୁଇଜଣ ଯୋଗଦେଇଥିଲେ । ସେହିପରି ଦଳ ଭିତରେ ବିଶ୍ରୁଙ୍ଖଳା କିମ୍ବା ଦଳବିରୋଧୀ କାର୍ଯ୍ୟ କୁ ବରଦାସ୍ତ କରାଯିବ ନାହିଁ ବୋଲି ବିଧାୟକ ଶ୍ରୀ ସାମନ୍ତରାୟ କହିଥିଲେ। ବିଜେଡି ଗୋଟିଏ ଶ୍ରୁଙ୍ଖଳିତ ଦଳ ଭାବେ ବେଶ ପରିଚିତ। ୨୩ ବର୍ଷ ଧରି ଲୋକଙ୍କୁ ବିଜେଡି ସୁଶାସନ ଦେଇଆସୁଛି । ମୁଖ୍ଯମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି, ଦକ୍ଷ ତଥା ସ୍ୱଚ୍ଛ ଶାସନରେ କୌଣସି ଦାଗ ଆଜିପର୍ଯ୍ୟନ୍ତ ବିରୋଧୀ ମାନେ ଲଗାଇ ପାରି ନାହାଁନ୍ତି । ଜନ୍ମଠାରୁ ମ୍ରୁତ୍ୟୁ ପର୍ଯ୍ୟନ୍ତ ଯୋଜନା, ମହିଳା ସଶକ୍ତିକରଣ କରାଇ ମାଆମାନଙ୍କୁ ଅଗ୍ରାଧିକାର ଦେବା, ପ୍ରତି ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ୫୦ଲକ୍ଷ ଲେଖାଏଁ ଅର୍ଥ ଯୋଗାଇ ଦେବା, ପ୍ରତି ଗ୍ରାମପଞ୍ଚାୟତ କୁ ଲକ୍ଷ୍ମୀ ବସ ଯୋଜନା ଆଦି ବିଜେଡି ସରକାର ପକ୍ଷରୁ କରାଯାଇଛି । ଲୋକଙ୍କ ଦୁଖ ସୁଖରେ ସାମିଲ ହୋଇ ସରକାରଙ୍କ ଜନହିତକର ଯୋଜନା ସଂପର୍କରେ ଜନସାଧାରଣ ଙ୍କୁ ଅବଗତ କରାଇବାକୁ କହିଥିଲେ । ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗଦେଇ କହିଲେ ସତ୍ଯବାଦୀ ଓ କଣାସ ଦୁଇଟି ବ୍ଲକର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କାମ କରିଆସୁଛନ୍ତି । ମାଆ ମାନଙ୍କୁ ବିଜେଡି ସରକାର ଅଗ୍ରାଧିକାର ଦେଇଆସୁଛି ବୋଲି କହିଥିଲେ । ସେହିପରି ସତ୍ଯବାଦୀ ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ, ଯୁବ ବିଜେଡି ସଭାପତିଙ୍କ ସହିତ ଅନ୍ଯାନ୍ଯ ସରପଞ୍ଚ ସମିତିସଭ୍ୟ ସଭ୍ଯା, ମହିଳା ନେତ୍ରୀ ମାନେ ଏହି ପ୍ରଶିକ୍ଷଣ ଶିବିର ରେ ଯୋଗଦାନ କରିଥିଲେ । ଆଗାମୀ ନିର୍ବାଚନକୁ ଦ୍ରୁଷ୍ଟିରେ ରଖି ବିଜେଡି ପକ୍ଷରୁ ସାଙ୍ଗଠନିକ ପ୍ରଶିକ୍ଷଣ ଶିବିର କରାଯାଇଛି ବୋଲି ଦଳ ପକ୍ଷରୁ କୁହାଯାଉଛି । ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ମିଡ଼ିଆ ସେଲର ସଂଯୋଜକ ତୁଷାର ରଞ୍ଜନ ନାୟକ ବୁଝାଇଥିଲେ। ସେହିପରି ପ୍ରଥମ ଦିନ ରେ ୧୮ ଗୋଟି ଗ୍ରାମ ପଞ୍ଚାୟତର ଛାମୁଆ କର୍ମୀ ମାନେ ସାମିଲ ହୋଇଥିଲେ। ବିଧାୟକ ଶ୍ରୀ ସାମନ୍ତରାୟ ଧନ୍ୟବାଦ ଅଭିଭାଷଣ ରେ କହିଥିଲେ ଦଳ ମଧ୍ୟରେ ଥିବା ଦୋମୁହାଁ କୁ ଚିହ୍ନଟ କରାଯାଇ ସେମାନଙ୍କୁ ଆବଶ୍ୟକ ପଡିଲେ ଦଳରୁ ବହିସ୍କାର କରାଯିବ । ଆଗାମୀ ଦିନରେ ସତ୍ଯବାଦୀ ନିର୍ବାଚନ ମଣ୍ଡଳୀରେ ପଦ୍ମଫୁଲ ମଉଳି ଯିବ ବୋଲି କହିଥିଲେ। ଏହି ପ୍ରଶିକ୍ଷଣ ଶିବିରକୁ ସୁବାସ ପ୍ରଧାନ, ପ୍ରକାଶ ଖଟେଇ, ଦେବଦତ୍ତ ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୧୦/୨୦୨୩----୮,୪୫ Sakhigopal News,17/10/2023
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୧୦/୨୦୨୩----୮,୪୫ Sakhigopal News,17/10/2023




