ads

Breaking News

ଜଟଣୀ ବ୍ଲକରେ ବିଡ଼ିଓ ରୂପେ ରଶ୍ମିତା ନାଥଙ୍କ ଦାଇତ୍ୱ ଗ୍ରହଣ



ଜଟଣୀ। ---ଜଟଣୀ ବ୍ଲକ କାର୍ଯ୍ୟାଳୟରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ରଶ୍ମିତା ନାଥ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀମତୀ ନାଥ ପୂର୍ବରୁ ପିପିଲି ବ୍ଳକ ବିଡିଓ ଭାବେ ନିଯୁକ୍ତି ଥିଲେ। ସେହିପରି ଜଟଣୀର ପୂର୍ବତନ ବିଡିଓ ସରୋଜ କୁମାର ରାଉତଙ୍କର ମଧ୍ୟ ବଦଳି ହୋଇଛି। ସେ ପିପିଲି ବ୍ଲକର ବିଡିଓ ନିଯୁକ୍ତି ପାଇଛନ୍ତି। ଆଜି ଦାୟିତ୍ଵଗ୍ରହଣ ସମୟରେ ମିଶନଶକ୍ତିର ବିଏଲଏଫ୍ କାର୍ଯ୍ୟକର୍ତା ସଭାନେତ୍ରୀ ବିଦୁଲତା ବେହେରା, ସମ୍ପାଦିକା କାଦମ୍ବିନୀ ମହାନ୍ତି, ବିପିସି ସନ୍ତୋଷ ଦାଶଙ୍କ ସମେତ ବ୍ଲକର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ସ୍ବାଗତ ଜଣାଇଥିଲେ।ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ ,୨୮/୧୦/୨୦୨୩----୭,୧୦ Sakhigopal News,28/10/2023

ads

Blog Archive

Popular Posts