ads

Breaking News

କେ ଏସ୍ ୟୁ ବି କଲେଜର ବିଭିନ୍ନ ବିଭାଗର ପାଠଚକ୍ର ଅନୁଷ୍ଠିତ

 


ଭଞ୍ଜନଗର----ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ବୁଧବାର ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପକ ଫିଲିପ କୁମାର ମଲିକ ସ୍ଵାଗତ ଭାଷଣ ଦେଇଥିଲେ। ଏଥିରେ ଅଧ୍ୟକ୍ଷ  ରାଜେନ୍ଦ୍ର କୁମାର ଦାଶ ସଭାପତିତ୍ବ କରିଥିଲେ। ବାୟୋ ପ୍ଲାଷ୍ଟିକ୍ସ ଉପରେ ଲିଖିତ ସଂଦର୍ଭ ଟିକୁ ଛାତ୍ର ସତ୍ୟବ୍ରତ ବିଷୋୟୀ ପଠନ କରିଥିଲେ।  ତାଙ୍କୁ ବିଭାଗୀୟ ଅଧ୍ୟାପକ ଅମୀୟ ରଞ୍ଜନ ପଣ୍ଡା ସହଯୋଗ କରିଥିଲେ। ବିଭାଗୀୟ ମୁଖ୍ଯ ଅଧ୍ୟାପିକା ସ୍ମରଣିକା ପାଢି ପାଠଚକ୍ର ସମ୍ପର୍କରେ କହିଥିଲେ।  ଅଧ୍ୟାପକ ଶରତ କୁମାର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ। ସେହିପରି ଇଂରାଜୀ ବିଭାଗ ପକ୍ଷରୁ ଆୟୋଜିତ ପାଠଚକ୍ରରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ସାତ୍ୟକି ସାହୁ ମୁଖ୍ଯ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ।  ବିଭାଗୀୟ ମୁଖ୍ଯ ପ୍ରାଧ୍ୟାପକ ବିଭାସ ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ।  ଅଧ୍ୟାପକ ସନାତନ ବେହେରା,  ହରମୋହନ ନାୟକ, ଡଃ ପି ସୁନାମ ପାତ୍ର ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ଅର୍ଥନୀତି ବିଭାଗ ପକ୍ଷରୁ ଆୟୋଜିତ ସଭାରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ରବିନ୍ଦ୍ର ନାଥ ପାଳ ମୁଖ୍ଯ ଅତିଥି ଭାବେ ଯୋଗଦେଇଥିଲେ। ଅଧ୍ୟାପିକା ଅନିତା ମହାପାତ୍ର,  ଅଧ୍ୟାପକ ଆମାସ ପାଟମାଝୀ , ବିଜୟ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୧୦/୨୦୨୩----୭,୪୫ Sakhigopal News,18/10/2023

ads

Blog Archive

Popular Posts