ads

Breaking News

ଖଣ୍ଡପଡ଼ା ବ୍ଲକ କିଆଝର ପଞ୍ଚାୟତରେ ବଞ୍ଚିଥିବା ମହିଳାଙ୍କୁ ମୃତ୍ୟୁ ଦର୍ଶାଇ ଚାଉଳ କାଟିଦେଲେ





ନୟାଗଡ ----- ଗ୍ରାମାଞ୍ଚଳରେ ଗରିବ ହିତାଧିକାରୀଙ୍କୁ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ପାଞ୍ଚକେଜି ଚାଉଳ ରାସନ କାର୍ଡ ମାଧ୍ୟମରେ ଯୋଗାଇ ଦେଉଛନ୍ତି।ତେବେ ଏଥିରେ ଚଞ୍ଚକତା କରାଯାଇ ଜଣେ ହିତାଧିକାରୀ ବଞ୍ଚିଥିବା ବେଳେ ତାଙ୍କୁ ମୃତୁ ଦର୍ଶାଇ ତାଙ୍କ ଚାଉଳ  ତିନିମାସ ଧରି  ତଳୁ କରା ଯାଇଥିବାର ଅଭିଯୋଗ ହୋଇଛି। ତେବେ ଏହି ଚାଉଳ କିଏ ବନ୍ଦ କଲା ଓ ଏଥିରେ କେଉଁ ମାନେ ସଂପୃକ୍ତ ଅଛନ୍ତି ତାହା ତଦନ୍ତ ହେଲେ ବହୁ ରହସ୍ୟ ପଦାକୁ ଆସିବ । ଜଣେ ଗରିବ ହରିଜନ ବିଧବା ମହିଳା ଚାଉଳରୁ ବଞ୍ଚିତ ହୋଇଛନ୍ତି ।  ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକର କିଆଝର ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ବିଧବା ମହିଳା ଦୁହିତା ନାଏକ । ସ୍ୱାମୀ ଭଗବାନ ନାଏକ ।ଦୁହିତା ନାଏକ ଙ୍କ ରେସନକାର୍ଡ ନମ୍ବର୍୨୪୦୪୧୨୧୦୬୦୮। ଆଗରୁ ଏହି କାଡ ବଳରେ ୫ କେଜିଚାଉଳ ପାଉଥିଲେ।କିନ୍ତୁ ଗତ ତିନିମାସ ଧରି ଆଉ ଚାଉଳ ନ ପାଇବାରୁ ସେ ଖଣ୍ଡପଡ଼ା ଯୋଗାଣ ବିଭାଗ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। କିନ୍ତୁ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କର ରେଶନ କାର୍ଡ କାଟି ଦିଆଯାଇଛି।ଏହାର କାରଣ କଣ ବୁଝିଲା ବେଳକୁ ଦୁହିତା ମରି ଯାଇ ଥିବାରୁ  ଚାଉଳ କଟି ଯାଇଛି।କିନ୍ତୁ ଏବେ ଦେଖିଲା ବେଳକୁ ଦୁହିତା କିନ୍ତୁ ବଞ୍ଚିଛନ୍ତି। ତାଙ୍କର ମୃତ୍ୟୁ ହୋଇଛି ବୋଲି ରିପୋର୍ଟ ଦେଲା କିଏ । ଯୋଗାଣ ବିଭାଗ କିପରି ଜଣେ ଅସହାୟ ଗରିବ ମହିଳା ବଞ୍ଚିଥିବା ବେଳେ ତାଙ୍କୁ ମୃତ୍ୟୁ ଘୋଷଣା କଲାକିଏ। ସେ ପାଇଥିବା  ବିଜୁ ସ୍ବାସ୍ଥ୍ୟ କାର୍ଡ ଏବେ ସଚଳ ନା ଅଚଳ ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବିହେଉଛି।


ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୧/୮/୨୦୨୩----୯,୨୫ Sakhigopal News,11/8/2023

ads

Blog Archive